ରଥଯାତ୍ରାରେ ଦିନରାତି ଚାଲିବ ବସ୍‌

ଟୋଲ୍‌ ଫି ମନା

ଭୁବନେଶ୍ବର,୨୫।୬(ଏସଏସନିଉଜ)ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଗୁଣ୍ଡିଚା ଓ ବାହୁଡ଼ା ଦିନ ଟୋଲ୍‌ ଫି’ ଆଦାୟ ମନା।ପିପିଲି ଟୋଲ୍‌ ଗେଟ୍‌ରେ ବସ୍‌ କି କାର୍‌, କୌଣସି ଗାଡ଼ିକୁ ଫି’ ଦେବାକୁ ପଡ଼ିବନି।
ବୈଠକରେ ନିଷ୍ପତ୍ତି ନେଇ ସୂଚନା ଦେଲେ ବସ୍‌ ମାଲିକ ସଂଘ ସା. ସମ୍ପାଦକ।ମାଳତିପାଟପୁରରେ ବାହାର ଗାଡ଼ି ପାର୍କିଂ ପାଇଁ ନିଷ୍ପତ୍ତି ହୋଇଛି।ତାଳବଣିଆରେ ସ୍ଥାନୀୟ ଗାଡ଼ି ଓ ସ୍ବତନ୍ତ୍ର ଅନୁମତି ପ୍ରାପ୍ତ ଗାଡ଼ି ପାର୍କିଂ ହେବ।ରଥଯାତ୍ରା ବେଳେ ଲୋକଙ୍କ ଆବଶ୍ୟକତା ଦେଖି ଦିନରାତି ବସ୍‌ ଚାଲିବ।ରାଜ୍ୟର ପ୍ରାୟ ୬ ଶହ ଓ ବାହାର ରାଜ୍ୟକୁ ମିଶାଇ ହଜାରେ ବସ୍‌ ଚାଲିବ।ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

- Advertisement -

Leave A Reply

Your email address will not be published.