ରେଳଧାରଣା କଡରୁ ମିଳିଲା ମହିଳାଙ୍କ ମୃତଦେହ

0 471

ବାରଙ୍ଗ,୫/୧୧(ଏସ୍‌ଏସ୍‌ନିୟୁଜ) ଚଳନ୍ତା ଟ୍ରେନ୍ ରୁ ଖସିପଡ଼ି ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।ଏଭଳି ଘଟଣା ଘଟିଛି ବାରଙ୍ଗ ବ୍ଲକ୍ ଅନ୍ତର୍ଗତ ଶ୍ରିବନ୍ତପୁର ଗ୍ରାମ ନିକଟ ରେଳ ଧାରଣା କଡ଼ରେ। ମୃତ ମହିଳା ଜଣକ ହେଉଛନ୍ତି ଜଗଦା ପ୍ରଧାନ(୩୧),ଘର ସୁବର୍ଣ୍ଣପୁର ର ବୀରମହାରାଜପୁର ଅଞ୍ଚଳରେ।ସେ ଭୁବନେଶ୍ୱର ର ଜଣେ  ଫରେଷ୍ଟ ଅଫିସର ଙ୍କ ଘରେ କାମ କରନ୍ତି।ଅଫିସରଙ୍କ ର ଝିଅ ଜ୍ବାଇଁ ବିହାର ରେ ରହୁଥିବାରୁ ଜଗଦା ମଧ୍ୟ ସେଠାକୁ କାମକରିବାକୁ ଯାଇଥିଲେ।ଜଗଦା ଓ ୪ ଜଣ ପାଟଣା –

ପୁରୀ ଏକ୍ସପ୍ରେସ ରେ ଏସି ବଗିରେ ବିହାରରୁ ଭୁବନେଶ୍ୱର ଆସୁଥିଲେ।ବୁଧବାର ବିଳମ୍ବିତ ରାତି ପ୍ରାୟ ୨ ଟା ସୁଦ୍ଧା ବାରଙ୍ଗ ଶ୍ରିବନ୍ତପୁର ନିକଟରେ ସେ ଅସାବଧାନତା ଯୋଗୁଁ ଟ୍ରେନ ରୁ ଖସି ପଡ଼ି ମୃତ୍ୟୁ ବରଣ କରିଥିବାର ଅନୁମାନ କରାଯାଉଛି ।ପରେ ଖବର ପାଇଁ ବାରଙ୍ଗ ଜିଆରପି ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଛନ୍ତି ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.