ରେଳ ଧାରଣାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

0 179

ବାରଙ୍ଗ,୪/୧୦(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ପଦାସାହି ଗ୍ରାମୁଣ୍ଡ ଲେବଲ୍ କ୍ରସିଂ ନିକଟ ରେଳ ଧାରଣାରେ ସୋମବାର ସକାଳେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଉଦ୍ଧାର କରିଛି ମଞ୍ଚେଶ୍ୱର ରେଳବାଇ ଫାଣ୍ଡି ପୋଲିସ । ଯୁବକ ଜଣକ ଗତକାଲି ବିଳମ୍ବିତ ରାତିରେ ଟ୍ରେନରୁ ଖସିପଡ଼ି ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ମୃତ ଯୁବକର ପରିଚୟ ମିଳିପାରିନଥିବାବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ତଦନ୍ତ ଜାରିରଖିଛନ୍ତି ଫାଣ୍ଡି ଅଧିକାରୀ ନରେନ୍ଦ୍ର ପ୍ରସାଦ ଜେନା ।

Leave A Reply

Your email address will not be published.