ରେଳଧାରଣାରୁ ଉଦ୍ଧାର ହେଲା ଖଣ୍ଡବିଖଣ୍ଡିତ ମୃତଦେହ

0 521

ବାରଙ୍ଗ,୨୮/୧୧(ଏସଏସନିୟୁଜ) ନରାଜ-ମାର୍ଥାପୁର ଷ୍ଟେସନ ପାଖ ରେଳଧାରଣାରୁ ଜଣେ ବସ କଣ୍ଡକ୍ଟରଙ୍କର ମୃତଦେହକୁ ଶନିବାର ସକାଳେ ଜବତ କରିଛି ବାରଙ୍ଗ ଜିଆରପିଫାଣ୍ଡିପୋଲିସ ।ମୃତ ବସ କଣ୍ଡକ୍ଟର ବାଙ୍କୀ କୁସପଙ୍ଗୀ ଗ୍ରାମର ଶୁଶାନ୍ତସ୍ୱାଇଁ(୪୦) ଅଟନ୍ତି ।ସେ ଏହି ଷ୍ଟେସନ ପାଖରେ ଏକ ଗ୍ରାମର ବସ କଣ୍ଡକ୍ଟରଭାବେ କାର୍ଯ୍ୟ କରୁଥିଲେ ।ଆଜି ସକାଳ ସୁଶାନ୍ତ ମୁହଁରେ ଗାମୁଛା ଗୁଡାଇ ରେଳଧାରଣା ଉପରକୁ ଚଢି ବାରଙ୍ଗ ପଟରୁ ଆସୁଥିବା ତାଳଚେର ବି ମାଲବାହୀ ଟ୍ରେନ ଆଗକୁ ପଳାଇଆସିଥିଲେ ।ଫଳରେ ଟ୍ରେନ ଧକ୍କାରେ ତାଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇମୃତ୍ୟୁବରଣ କରିଥିଲେ ବୋଲି ଟ୍ରେନ ଚାଳକ ନରାଜ-ମାର୍ଥାପୁର ଷ୍ଟେସନରେ ଷ୍ଟେସନମାଷ୍ଟରଙ୍କୁ ଘଟଣା ସର୍ମ୍ପକରେ କହିଥିଲେ ।ପରେ ଷ୍ଟେସନମାଷ୍ଟରଙ୍କୁଠାରୁ ଖବର ପାଇ ବାରଙ୍ଗ ଜିଆରପି ଫାଣ୍ଡିଅଧିକାରୀ ଗୈାରଚନ୍ଦ୍ରନାୟକ ୩୪/୨୦କେଶନଂରେ ଏକ ଅପମୃତ୍ୟୁମାମଲା ରୁଜୁ କରି ଶବବ୍ୟବଛେଦ ପାଇଁ ପଠାଇଛନ୍ତି ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.