ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

0 241

ବଲାଙ୍ଗିରି,୮/୮(ଏସଏସନିୟୁଜ) ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର କରୋନା ଆଇସୋଲେସନ ବିଭାଗରେ ଜଣେ ରୋଗୀଙ୍କର ମୃତ୍ୟୁ କୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ମୃତ ରୋଗୀ ଜଣଙ୍କ ସ୍ଥାନୀୟ ବିଶ୍ନୁମୁଣ୍ଡ ଅଞ୍ଚଳର ବୋଲି ଜଣାପଡିଛି ।ତେବେ ରୋଗୀଙ୍କ ପରିବାର ଏବଂ ସଂପର୍କୀୟ ମେଡିକାଲରେ ପସି ଭଙ୍ଗାରୁଜା ମଧ୍ୟ କରିଥିବା ଜଣାପଡିଛି । ଏହି ସମୟରେ ଉତ୍ତ୍ୟକ୍ତଲୋକ ଡାକ୍ତରଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିବା ସୂଚନା ମିଳିଛି । ଆହତ ଡାକ୍ତର ଜଣଙ୍କ ହେଉଛନ୍ତି ସୀମାଞ୍ଚଳ ଡାକୁଆ । ତାଙ୍କ ଆଙ୍ଗୁଠି ଓ ମୁଣ୍ଡରେ ଆଘାତ ଲାଗିଛି । ଉତ୍ତେଜନାକୁ ନିୟନ୍ତ୍ରଣରେ ରଖିବାକୁ ମେଡିକାଲ ପରିସରରେ ପୋଲିସ ଫୋର୍ସ ମୁତୟନ ହୋଇଛି । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

Leave A Reply

Your email address will not be published.