ରୋଗୀଙ୍କ ପ୍ୟାଣ୍ଟରେ ପଶିଲା ସାପ

କେନ୍ଦୁଝର,୮ା୮(ଏସଏସନିଉଜ) ବିଳମ୍ବିତ ରାତିରେ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ମେଡ଼ିକାଲରେ ଏକ ୱାର୍ଡରେଶୋଇଥିବାବେଳେ ଜଣେ ଯୁବକଙ୍କୁ ସାପ କାମୁଡିଛି। ଯୁବକ ଜଣକ ହେଉଛନ୍ତି ଆନନ୍ଦପୁର ଥାନା ଗୟଳମୁଣ୍ଡା ଗାଁର ମାଝୀ ଚମ୍ପେଇାତାଙ୍କ ବଡମା’ ରହୁଥିବା ଓ୍ୱାର୍ଡ ସାମ୍ନାବାରଣ୍ଡାରେ ଶୋଇଥିବା ସମୟରେ ଏକ ଚିତି ସାପ ଆସି ତାଙ୍କ ହାତକୁ କାମୁଡିଦେଇ ସେ ପିନ୍ଧି ଥିବା ପ୍ୟାଣ୍ଟ ଭିତରେ ପଶିଯାଇଥିଲା।ସେ ପାଟି କରିବାରୁ ତାଙ୍କ ପାଖରେ ସୁରକ୍ଷାକର୍ମୀ ଓ ପାଖରେ ଥିବା ଲୋକେ ପହଞ୍ଚି ସାପକୁ ତାଙ୍କ ପ୍ୟାଣ୍ଟ ଭିତରୁ ବାହାର କରିଥିଲେ । ତେବେ ତାଙ୍କର ଚିକିତ୍ସାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ମେଡ଼ିକାଲ ପକ୍ଷରୁ କୁହାଯାଇଛି।ଏକ ଅଭାବନୀୟ ଘଟଣାକୁନେଇ ଆନନ୍ଦପୁର ଡାକ୍ତରଖାନାରେ ରୋଗୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

 

- Advertisement -

Leave A Reply

Your email address will not be published.