ରାଉରକେଲାରେ କଲେରା

0 79

 

ରାଉରକେଲା,୧୯।୧୨(ଏସଏସନିଉଜ) ରାଉରକେଲା ଝାଡ଼ାବାନ୍ତିରେ ମୃତ୍ୟୁ ପଛରେ କଲେରା ଜୀବାଣୁ ବୋଲି ଜଣାପଡିଛି।ପାଣି ଟେଷ୍ଟିଂରୁ କଲେରା ଜୀବାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି।ଏହି ସୂଚନା ଦେଇଛନ୍ତି ଆର୍ଜିଏଚ୍ ସୁପରିଟେଣ୍ଡେଣ୍ଟ ଇନଚାର୍ଜ ଡ଼ାକ୍ତର ସୁଧା ରାଣୀ ପ୍ରଧାନ।ଯେତିକି ସାମ୍ପଲ ରିପୋର୍ଟ ଆସିଛି , ସେଥିରୁ କଲେରା ଚିହ୍ନଟ ହୋଇଛି।ରାଉରକେଲାରେ ଝାଡ଼ାବାନ୍ତିରେ ୬ ଜଣଙ୍କ ମୃତ୍ୟୁ ଘଟିଲାଣି।୫ଶହରୁ ଅଧିକ ଆକ୍ରାନ୍ତ ଥିବା ବେଳେ , ଶତାଧିକ ଏବେ ବି ଚିକିତ୍ସାଧୀନ ଥିବାର ଜଣାପଡିଛି।ଅନ୍ୟପଟେ ରାଉରକେଲା ଝାଡ଼ାବାନ୍ତି ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଆଜି ସଂଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିବାକୁ ଯାଉଛନ୍ତି।

Leave A Reply

Your email address will not be published.