କଟକ,୧୪।୬(ଏସଏସନିଉଜ) ନରାଜମାର୍ଥାପୁର ପଂଚାୟତ ନରାଜଗ୍ରାମର ଗରିବଛାତ୍ର ସୁଧାଂଶୁ ସାହୁ ଓଜେଇଇରେ ଚତୁର୍ଥ ରୀୟାଙ୍କ ରଖି କଲେଜ ତଥା ଜିଲ୍ଲାପାଇଁ ଗୌରବ ଆଣିଛନ୍ତି । ରାଜ୍ୟସ୍ତରରେ ଚତୁର୍ଥସ୍ଥାନରେ ତାଙ୍କ ନାମ ଆସିବା ପରେ ଅଧ୍ୟୟନ କରୁଥିବା କଲେଜ ସମେତ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି। ସୁଧାଂଶୁ ତାଙ୍କ ମାଉସୀ ଚୁମୁକି ବେହେରାଙ୍କ ଘର ମାଲକାନଗିରି ଜିଲ୍ଲାରେ ରହି ପଲିଟେକନିକ କଲେଜ ଇଲେକ୍ଟ୍ରିକାଲ ଟ୍ରେଡରେ ଅଧ୍ୟୟନ କରୁଛନ୍ତି I ଏଥର ସେ ଶେଷବର୍ଷର ଛାତ୍ର । ଚଳିତ ଓଜେଇଇ ଏସି ବର୍ଗରେ ଚତୁର୍ଥ ରୀୟାଙ୍କରେ ଥିବା ବେଳେ ସାଧାରଣବର୍ଗରେ ୮୨ ରୀୟାଙ୍କରେ ଅଛନ୍ତି I ଆଗାମୀଦିନରେ ଜଣେ ଭଲ ଇଲେକ୍ଟ୍ରିକାଲ ଇଞ୍ଜିନିୟର ହେବାପାଇଁ ଆଶା ରଖିଥିବା କହିଛନ୍ତି I ସୁଧାଂଶୁଙ୍କ ବାପା ସୁବାସ ସାହୁ ଜଣେ ଅତ୍ୟନ୍ତ ଗରିବ ଶ୍ରେଶୀର ଓ ସେ ଏକ ଘରୋଇ କମ୍ପାନିରେ ସିକ୍ୟୁରିଟିଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି । ମା ପ୍ରମିଳା ଛୋଟପିଲାଙ୍କୁ ଟିୟୁସନ କରି ପରିବାର ଚଳାଉଛନ୍ତି । ଘରେ ଅସୁବିଧା ହେତୁ ମାଉସୀଙ୍କ ଘରେ ରହି ସୁଧାଂଶୁ ପାଠ ପଢୁଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ସ୍ଥାନରେ କୋଚିଙ୍ଗ ନନେଇ କେବଳ ସୋସିଆଲ ମିଡ଼ିଆ ଓ ୟୁଟ୍ୟୁବ୍ ଦେଖି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ସ୍ବାଗତ ସମ୍ବଦ୍ଧନା ଜଣାଇବା ସହ ତାଙ୍କ ସ୍ବପ୍ନ ପୂରଣ ପାଇଁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
(ଜିତ ରାଉତଙ୍କ ରିପୋର୍ଟ)
Prev Post
Next Post
