ସଫାରୀ କର୍ମଚାରୀଙ୍କ ଦାଦାଗିରି , ପର୍ଯ୍ୟଟକଙ୍କୁ ଛେଚିଲେ

0 854

ବାରଙ୍ଗ,୨୨/୫(ଏସଏସନିୟୁଜ) ନନ୍ଦନକାନନ ରେ ଘରୋଇକରଣରେ ଦିଆଯାଇଥିବା ସଫାରୀକୁ ନେଇ ଏବେ ବିବାଦ ଛାଡୁନାହିଁ ।ଟେଣ୍ଡର ସମୟରେ ହୋଇଥିବା ସର୍ତକୁ ଖିଲାପ କରି ବିନାକାଗଜପତ୍ରରେ ବିପଦସଂକୁଳ ଅବସ୍ଥାରେ ଚାଲୁଥିବା ବସରେ ପର୍ଯ୍ୟଟକ ମାନଙ୍କୁ ନେଇ ଯାତ୍ରାକରିବା ବିବାଦରେ ଛନ୍ଦି ହୋଇଥିବାବେଳେ ରବିବାରଦିନ ପର୍ଯ୍ୟଟକ ମାନଙ୍କୁ ମରଣାତ୍ମ‌କ ଆକ୍ରମଣ କରିବା ଘଟଣା ନନ୍ଦନକାନନଥାନାରେ ଲିଖିତ ଅଭିଯୋଗ ହୋଇଛି ।

ପ୍ରକଶ ଯେ,ରବିବାର ଦିନ ଛତିଶଗଡ ରାୟପୁର ୨୬ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସି ସଫାରୀରେ ବୁଲିବାପାଇଁ ଅପରାହ୍ନ ସୁଦ୍ଧା ସଫାରୀ କାଉଂଟରରେ ପହଞ୍ଚିଥିଲେ ।ସଫାରୀ ବସରେ ଯିବାପାଇଁ ଧାଡିରେ ଅପେକ୍ଷା କରିଥିଲେ ମଧ୍ୟ ସଫାରୀବୁଲିବାର ସୁଯୋଗ ପାଇ ନଥିଲେ ।ଏହାକୁ ନେଇ ସଫାରୀ କାଉଂଟରରେ ଥିବା କର୍ମଚାରୀମାନଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ ।ଏଥିରେ ଉତକ୍ଷିପ୍ତ ହୋଇ ସଫାରୀ କର୍ମଚାରୀମାନେ ପର୍ଯ୍ୟଟକ ଙ୍କୁ ଠେଲାପେଲା ମଧ୍ୟ ଆରମ୍ଭ କରିଥିଲେ । ପର୍ଯ୍ୟଟକ ମାନେ ମଧ୍ୟ ନିଜକୁ ବଂଚାଇବାକୁଯାଇ ସଫାରୀ କର୍ମଚାରୀଙ୍କ ଦାଦାଗିରିକୁ ବିରୋଧ କରିଥିଲେ । ସଫାରୀ କର୍ମଚାରୀମାନେ ବେଟାରୀଗାଡି ଚଳାଉଥିବା କର୍ମଚାରୀ ମାନଙ୍କୁ ଡାକିବାଦ୍ୱାରା ଗଣ୍ଡେଗଳ ବଢିଥିଲା ।ବେଟାରୀଗାଡି ଓ ସଫାରୀ କର୍ମଚାରୀ ପାଖାପାଖି ୫୦ଜଣ ପିଲା ଏକାଠି ହୋଇଯାଇ ପର୍ଯ୍ୟଟକ ମାନଙ୍କୁ ବାଡ଼ି ଓ ସଫାରୀ କାଉଂଟର ବାହାରେ ଲାଗିଥିବା ଷ୍ଟିଲ ବାଡକୁ ଓପାଡି ସେଥିରେ ଗୋଡାଇ ଗୋଡାଇ

ଆକ୍ରମଣ କରିଥିଲେ ।ଯାହାଫଳରେ ପର୍ଯ୍ୟଟକ ହିମାଂଶୁ ଗୁପ୍ତା, ହରିଷ ଗୁପ୍ତା ଓ ମହିଳା ପର୍ଯ୍ୟଟକ ଅନୁ ଗୁପ୍ତା ,ରଣକ ଗୁପ୍ତା,ପ୍ରେମଲତା ଗୁପ୍ତାଙ୍କର ମୁହଁ,କାନ, ଆଙ୍ଗୁଠି, ଦେହ ,ପେଟ,ମୁହଁକୁ ବାଡେଇ ରକ୍ତାତ କରିଦେଥିଲେ ଓ ଅନ୍ୟ ମାନଙ୍କୁ ମଧ୍ୟ ଗୋଡାଇ ଗୋଡାଇ ଗୋଡାଇ ବାଡେଇଥିଲେ ।କିଛି ସମୟ ପାଇଁ ସେହିବାଟରେ ଯାଉଥିବା ପର୍ଯ୍ୟଟକ ପର‌୍ୟ୍ୟଟକ ମାନେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରିନଥିଲେ ।ସଫାରୀ କର୍ମଚାରୀ ମାନଙ୍କର ଏଭଳି ଆକ୍ରମଣରୁ ନିଜ ଜୀବନ ବଞ୍ଚାଇବାକୁ ଯାଇ ପର୍ଯ୍ୟଟକ ମାନେ ପିଲାଛୁଆ ଧରି ମୁଖ୍ୟ ଫାଟକପାଖକୁ ଦୈାଡିଦୈାଡି ପଳାଇଆସିଥିଲେ ।ନନ୍ଦନକାନନ ନିରାପତ୍ତା ବିଭାଗ ବନାଞ୍ଚଳ ଅଧିକାରୀଙ୍କ ଠାରୁ ସୂଚନା ପାଇଁ ନନ୍ଦନକାନନ ପୁଲିସ ପହଞ୍ଚିଥିଲା । ସେଠାରୁ ପର୍ଯ୍ୟଟକ ଙ୍କୁ ଉଦ୍ଧାର କରି ଥାନା କୁ ଆଣିବା ପରେ ପର୍ଯ୍ୟଟକ ମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା ବେଳେ ରକ୍ତାତ ହୋଇଥିବା ୫ଜଣ ପର୍ଯ୍ୟଟକ ଙ୍କୁ ପୋଲିସ ପ୍ରାଥମିକ ଚିକିସ୍‌ ପାଇଁ ଡାକ୍ତରଖାନାକୁ ପଠାଇ ୭୦/୨୨କେଶ ନମ୍ବର ରେ ଏକ ମାମଲା ରୁଜ୍ଜୁ କରି ମାଡ ମାରିଥିବା ଯୁବକଙ୍କ ମଧ୍ୟରୁ ଜଣକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।ଅନ୍ୟ ପଟେ ଆଜିର ଘଟଣା ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ନନ୍ଦନକାନନ ଉପନିର୍ଦେଶକ ଡ଼.ସଞିତ୍ କୁମାର ।

 

 

 

Leave A Reply

Your email address will not be published.