ସମବାୟ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି

0 300

ଭୁବନେଶ୍ୱର,୧୬/୫(ଏସଏସନିଉଜ) ବିଜେଡିପକ୍ଷରୁ ସମବାୟ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।ଏଥିପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଦଳର ବରିଷ୍ଠ ନେତୃତ୍ବଙ୍କ ସହିତ ଆଲୋଚନା କରିଛନ୍ତି ।ବିଜେଡି ପକ୍ଷରୁ ସମବାୟ ନିର୍ବାଚନ ପରିଚାଳନା ନେଇ ୭ ଜଣିଆ କମିଟି ଗଠନ କରାଯାଇଛି ।କମିଟିର ଅଧ୍ୟକ୍ଷ ରହିବେ ପ୍ରତାପ ଦେବ ରହିଥିବାବେଳେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅତନୁ ସବ୍ୟସାଚୀ ନାୟକ, ପୁଷ୍ପେନ୍ଦ୍ର ସିଂ ଦେଓ , ସ୍ନେହାଙ୍ଗିନ ଛୁରୀଆ, ବିକ୍ରମ ପଣ୍ଡା, ରବୀନ୍ଦ୍ର ଜେନା କମିଟିର ସଦସ୍ୟ ରହିଛନ୍ତି ।ଏହାସହଜିଲ୍ଲା ଓ ଜୋନ୍ ସ୍ତରରେ କମିଟି ଗଠନ କରିବାକୁ ବ୍ଲୁ ପ୍ରିଣ୍ଟ ବୈଠକରେ ତିଆରି ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.