ସମ୍ଭାବ୍ୟ ବାତ୍ୟା ଅମ୍ଫନ କୁ ନେଇ SRCଙ୍କ ସୂଚନା

0 463

ଭୁବନେଶ୍ବର:୧୬/୫(ଏସଏସଏନ୍) ବଙ୍ଗୋପସାଗରରେ ବାତ୍ୟା ‘ଅମ୍ଫନ’ର ରୂପନେଲା ଗଭୀର ଅବପାତ, ପାରାଦୀପଠାରୁ ୧ ହଜାର ୪୦ କିମି ଦୂରରେ ଅଛି ଅମ୍ଫନ, ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବ
-୧୮ ତାରିଖ ସକାଳେ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବ, ଗତ ୬ ଘଣ୍ଟା ଧରି ସ୍ଥିର ଥିବା ଅମ୍ଫନ ଉତ୍ତର-ଉତ୍ତର ପଶ୍ଚିମକୁ ମୁହାଁଇଛି, ମେ ୧୭ ତାରିଖ ପରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ।

ତେବେ ସମ୍ଭାବ୍ୟ ବାତ୍ୟା ଅମ୍ଫନର ପ୍ରସ୍ତୁତି ନେଇ SRC ପ୍ରଦୀପ ଜେନା ସୂଚନାଦେଇ କହିଛନ୍ତି ବାତ୍ୟା ଅମ୍ଫନ ଯୋଗୁଁ ୧୨ଟି ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା , ୬୪୯ଟି ଗାଁର ୭ ଲକ୍ଷ ଲୋକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି, ୧୧ ଲକ୍ଷ ଲୋକ ଆଶ୍ରୟ ନେଇ ପାରିବା ଭଳି ବ୍ୟବସ୍ଥା କରାଯାଇଛି
-୫୬୭ ବାତ୍ୟା ଆଶ୍ରୟ ସ୍ଥଳୀ ଓ ୭ ହଜାର ପକ୍କାଘର ପ୍ରସ୍ତୁତ ରଖାଯାଇଛି, ୩ଟି NDRF, ୧୨ଟି ODRAF ଓ ୩୫୫ଟି ଅଗ୍ନିଶମ ସେବା ଟିମ୍‌ ମୁତୟନ
-ମେ ୧୮ ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା, ୫୦-୬୦ କିମି ବେଗରେ ପବନ, ମେ ୧୯ ସକାଳୁ ଉତ୍ତର ଉପକୂଳରେ ପ୍ରବଳ ବର୍ଷା ଆଶଙ୍କା, ପବନର ବେଗ ୯୫ କିମି ବା ଆହୁରି ଅଧିକ ହେବା ଆଶଙ୍କା ।

Leave A Reply

Your email address will not be published.