ସମ୍ପୂର୍ଣ୍ଣ ଲଗ୍ ଡାଉନ କୁ ନେଇ ଚର୍ଚ୍ଚା

0 524

ଭୁବନେଶ୍ବର :୧୧/୬(ଏସଏସଏନ)  ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଗାମୀ ୧୫ ତାରିଖରୁ ପୁଣି ଥରେ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରାଯିବ ବୋଲି ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଥିଲା। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ଏକ ହିନ୍ଦୀ ଚ୍ୟାନେଲର ବ୍ରେକିଂ ନ୍ୟୁଜ ସ୍କ୍ରିନ ଶଟ୍‌ ଫଟୋ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାରିତ ହୋଇଥିଲା। ସେ ନେଇ ବିଭିନ୍ନ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏହା ମିଥ୍ୟା ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପିଆଇବି ଫ୍ୟାକ୍ଟ ଚେକ୍‌ ଦ୍ବାରା ଏ ନେଇ ଦେଶବାସୀଙ୍କୁ ଅବଗତ କରାଯାଇଛି। ଏହା ମିଥ୍ୟା ବୋଲି ପିଆଇବି ଫ୍ୟାକ୍ଟ ଚେକ୍‌ରେ କୁହାଯାଇଛି।ପିଆଇବି ଫ୍ୟାକ୍ଟ ଚେକ୍‌ରେ କୁହାଯାଇଛି ଯେ, ସୋସିଆଲ ମିଡିଆରେ ପ୍ରଚାରିତ ଏକ ଫଟୋରେ ଗୃହମନ୍ତ୍ରଣାଳୟ ଜୁନ ୧୫ରୁ ଟ୍ରେନ ଏବଂ ବିମାନ ସେବା ଉପରେ କଟକଣା ଜାରି କରିବା ସହିତ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରିପାରେ ବୋଲି ଉଲ୍ଲେଖ ରହିଛି। ଏହା ମିଥ୍ୟା। ଏପରି ଭୁଲ୍‌ ତଥ୍ୟ ଏବଂ ମିଥ୍ୟା ଖବର ପ୍ରତି ସତର୍କ ରହିବାକୁ କୁହାଯାଇଛି ।

Leave A Reply

Your email address will not be published.