ଶପଥ କରୁଛି …

0 671

ଭୁବନେଶ୍ୱର.୨୫/୧୧- ଶପଥ କରୁଛି ନୁଆ ମୋଟରଯାନ ନୀୟମକୁ ସମ୍ପୁର୍ଣଭାବେ ପାଳନ କରିବା ସହ ବେପରୁଓା ଭାବେ ଗାଡି ଚାଳନା କରିବି ନାହିଁ । ହେ ଇଶ୍ୱର ମୋତେ ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ଏହିଭଳି ଏକ ଅଭିନବ ଦୃଶ୍ୟ ପଟିଆ କାନନବିହାରଫେଜ୍-୨ସ୍ଥିତ ଜୟଦେବ ଶିକ୍ଷାକେନ୍ଦ୍ର ପରିସରରେ ସୋମବାର ଦିନ ଦେଖିବାକୁ ମିଳିଥିଲା ।
ଡିସେମ୍ବର ୧ତାରିଖଠାରୁ ରାଜ୍ୟରେ କଡାକଡିଭାବେ ନୁଆ ମୋଟରଯାନ ଆଇନ ପ୍ରଣୟନ ହେବାକୁ ଯାଉଛି । ଆଉ କ୍ଷମା ନାହିଁ ,ଚେକିଂ କରାଯାଇ ମୋଟାଅଙ୍କର ଜରିମନା ଆଦାୟ କରାଯିବ । ସମୟ କମ୍ ଥିବାରୁ ଆରଟିଓ ଅଫିସରେ ନାହିଁନଥିବା ଭୀଡ ହେଉଥିବାର ଦେଖିବାକୁ ମିଳିଛି । ଏହିପରିପେକ୍ଷୀରେ ଜୟଦେବଶିକ୍ଷାକେନ୍ଦ୍ରର ଛୋଟଛୋଟ ପିଲାମାନେ ଅଭିନବ ଉପାୟରେ ସଚେତନତାର ବାର୍ତା ପ୍ରଦାନ କରିଛନ୍ତି ।
ସୋମବାର ସକାଳେ ପ୍ରାର୍ଥନା ପରେ ପିଲାମାନଙ୍କ ମୁଣ୍ଡରେ ଥିଲା ହେଲମେଂଟ,ହାତରେ ଥିଲା ପ୍ଲାକାର୍ଡ ଓ ମୁଖରେ ଥିଲା ନୁଆ ମୋଟରଯାନ ନୀୟମକୁ ପାଳନ କରିବାର ବର୍ତ। ।ଏହି ଅବସରରେ ଶିକ୍ଷାକେନ୍ଦ୍ର ପରିସରରେ ଆୟୋଜିତ ଶପଥ ଉସବରେ ପିଲାମାନେ ଜଣକପରେ ଜଣେ ଆସି ଶପଥ ନେଇଥିଲେ । ପରେ ସମସ୍ୱରରେ ସାମୁହିକ ଶପଥ ହୋଇଥିଲା । ସମସ୍ତଙ୍କ ମୁଖରେ ଗୋଟିଏ ସ୍ୱର ଥିଲା ମୋଟରଯାନ ନୀୟମକୁ ସମ୍ପୁର୍ଣଭାବେ ପାଳନ କରିବା ସହ ବେପରୁଓା ଭାବେ ଗାଡି ଚାଳନା କରିବି ନାହିଁ । ନିଜର ସୁରକ୍ଷା ଓ ଅନ୍ୟମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ରାସ୍ତା ବ୍ୟବହାର କରିବି । ଶେଷରେ ଇଶ୍ୱରଙ୍କୁ ପ୍ରଣିପାତ ସ୍ୱରୁପ ନୀୟମ ପାଳନରେ ଆଶିଷ ଭିକ୍ଷା କରି ପିଲାମାନେ ଶପଥ ପାଠ ସାରିଥିଲେ । କମିସିନେରେଟ ପେ।ଲିସ .ଗଣଶିକ୍ଷାବିଭାଗ,ପରିବହନବିଭାଗ, ଓଡିଶା ଅଭିଭାବକ ମହାସଂଘର ମିଳିତ ଉଦ୍ୟମରେ ଆୟୋଜିତ ଶପଥ ଉସବରେ ଯୋନ୍-୫ ଏସିପି ତରୁଣ କୁମାର ଦାଶ,ଇନଫୋସିସ ଥାନାଅଧିକାରୀ ବିଶ୍ୱଜିତ ମହାନ୍ତି,ଏସ୍ଆଇ ବିଜୟ କୁମାର ଦାସ,ସମାଜସେବୀ ଲିଙ୍କନ ସୁବୁଦ୍ଧି,ଜୟଦେବ ଶିକ୍ଷାକେନ୍ଦ୍ ପ୍ରଧାନଆଚାର୍ଯ୍ୟ ପ୍ରଦୀପକୁମାରପାଣି ଅତିଥିଭାବେ ଯୋଗଦାନ କରି ନୁତନ ଯୁଗର ଭବିଷ୍ୟତମାନେ ଜାଗ୍ରତ ହେଲେ ପଥଚାରୀମାନଙ୍କର ଜୀବନ ସୁରକ୍ଷିତ ହୋଇପାରିବାର ମତଦେଇଥିଲେ । ପ୍ରାତପର୍ଯ୍ୟାୟପ୍ରମୁଖ ଭାସ୍କରଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ଜୟଦେବ ଇଂଟରନ୍ୟାସନାଲ ସ୍କୁଲର ଅଧକ୍ଷା ମନପଲ୍ଲୀ ବାଣି ଅତିଥିପରିଚୟ ପ୍ରଦାନ ଓ ସଂସ୍କୃତଶିକ୍ଷକ ଶଶିଭୁଷଣ ପୁରୋହିତ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.