ଶପଥ ନେଲେ ରୀତା ସାହୁ

0 507

ଭୁବନେଶ୍ବର,୧୩/୧୧-  ବିଜେପୁର ଉପନିର୍ବାଚନରେ ବିଜୟ ଲାଭ କରିଥିବା ବିଜୁ ଜନତା ଦଳ ପ୍ରାର୍ଥୀ ରୀତା ସାହୁ ବୁଧବାର ବିଧାନସଭା ଆରମ୍ଭ ହେବା ପୂର୍ବରୁ ଗୃହର ସଦସ୍ୟ  ବିଧାୟିକା ଭାବେ ବିଧାନସଭାରେ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ରୀତାଙ୍କୁ ଶପଥ ପାଠ କରାଇଛନ୍ତି।

ପ୍ରକାଶ ଯେ ,ବିଧାନସଭା ନିର୍ବାଚନ ସମୟରେ  ହିଞ୍ଜିଳିକାଟୁ ଆସନ ସମେତ ବିଜେପୁର  ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇ ବିଜୟୀ  ହୋଇଥିଲେ। ନବୀନ ବିଜେପୁର ଆସନ ଛାଡ଼ିବା ପରେ ଏଠାରେ ଉପନିର୍ବାଚନ ହୋଇଥିଲା। ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କୁ ପ୍ରାୟ ୯୮ ହଜାର ଭୋଟରେ ପରାସ୍ତ କରି ରୀତା ସାହୁ ବିଜୟୀ ହୋଇଥିଲେ।

Leave A Reply

Your email address will not be published.