ସରକାର କହିଲେ କଟାଗଲା ୫ଲକ୍ଷର ଫାଇନ

0 348

ବାରଙ୍ଗ,୨/୫(ଏସ୍‌ଏସ୍‌ନିୟୁଜ)ବାରଙ୍ଗତହସିଲ କାର୍ଯ୍ୟାଳୟ ପଛପଟେ ରହିଛି କୁଆଖାଇ ନଦୀ ।ଏହି ନଦୀରେ ରହିଛି ବାଲିଘାଟ । ପ୍ରତିଦିନ ଶହଶହ ସଂଖ୍ୟାର ଗାଡିରେ ଏଠାରୁ ବିଭିର୍ଣ ସ୍ଥାନକୁ ବାଲି ଚାଲଣ ହେଉଛି । କିନ୍ତୁ ବେଆଇନଭାବେ ଏହି ବାଲି ଚାଲଣ ହେଉଥିବାର ଶନିବାରଦିନ ତଥ୍ୟ ସାମ୍ନାକୁ ଅସିଛି । ତହସିଲ କର୍ମଚାରୀମାନେ ଶନିବାରଦିନ ସକାଳୁ ବାରଙ୍ଗତହସିଲକାର୍ଯ୍ୟାଳୟ ସାମ୍ନାରେ ବାଲିବୋଝେଇ ଗାଡିକୁ ରୋକି ଆର ଫର୍ମ ନଥିବାରୁ ୧୨ଟି ଗାଡିକୁ ଅଟକ ରଖି ଗାଡି ପିଛା ୨୦ହଜାରେ ଟଙ୍କା କରି ଫାଇନ କାଟିଥିବାର ଜଣାପଡିଛି ।
ବାରଙ୍ଗ ତହସିଲକାର୍ଯ୍ୟାଳୟ ଠାରୁ ଅଳ୍ପଦୁର ପଛପଟେ ରହିଛି ବାଲିଘାଟ ।ତହସିଲକାର୍ଯ୍ୟାଳୟଠାରୁ କେଇହାତ ଦୁରରେ ରହିଛି ରାଜସ୍ୱନିରିକ୍ଷକଙ୍କ କାର୍ଯ୍ୟାଳୟ ।ଏହି ଦୁଇଟି କାର୍ଯ୍ୟାଳୟ ବାରଙ୍ଗ ମୁଖ୍ୟରାସ୍ତା କଡରେ ଅବସ୍ଥିତ ।ଏହି ରାସ୍ତାଦେଇ କୁଆଖାଇ ନଦୀରୁ ବାଲିନେଇ ପ୍ରତ୍ୟେହ ଶହଶହ ବାଲିଗାଡି ଯାତାୟାତ କରୁଛି ।ଶନିବାରଦିନ ସକାଳୁ ତହସିଲର କର୍ମଚାରୀମାନେ କାର୍ଯ୍ୟାଳୟ ସାମ୍ନା ବାରଙ୍ଗମୁଖ୍ୟରାସ୍ତାରେ ଛିଡା ହୋଇ ଆସୁଥିବା ବାଲିଗାଡିସବୁ ରୋକିଥିଲେ ।କିନ୍ତୁ କୈାଣସି ଗାଡି ପାଖରେ ଆରଫର୍ମ ନଥିବାର ଜଣାପଡିଥିଲା ।ଫଳରେ ୧୨ଟି ଗାଡିକୁ ଅଟକ ରଖି ଗାଡିପିଛା୪୦ରୁ୫୦ ହଜାରେ ଟଙ୍କା କରି ଫାଇନ କଟାଯାଇଥିବାର ବାରଙ୍ଗ ତହସିଲଦାର ରମେଶ ଚନ୍ଦ୍ର ଜେନା କହିଛନ୍ତି ।
ତେବେ ତହସିଲଦାରଙ୍କୁ ଆମର ପ୍ରଶ୍ନ ହେଉଛି ,ଦୀର୍ଘବର୍ଷ ଧରି ବାରଙ୍ଗରେ ରହିବା ସମୟରେ ବିନା ଆରଫର୍ମ ରେ କେତେଦିନ ହେବ ବାଲିଗାଡି ସବୁ ଯାତାୟତ କରୁଛି ।ତହସିଲଦାରଙ୍କ କାର୍ଯ୍ୟାଳୟ ପଛପଟେ ବାଲିଘାଟ ଓ ଆଗରେ ଅନବରତ ବାଲିି ଗାଡି ଚାଲୁଥିବାବେଳେ କେମିତି ଜାଣିପାରୁନାହାନ୍ତି ? କାହା ଜ୍ଞାତସାରରେ ଗାଡିମାଲିକ ଓ ଘାଟନିଲାମଧାରୀ ନିବିର୍ଘ୍ନରେ ଏହିଭଳି ବ୍ୟବସାୟ ଚଳାଇଛନ୍ତି । ଲୋକଦେଖାଣିଆ ଧରପଗଡ କେତେଦିନ ଚାଲିବ? ସରକାରଙ୍କୁ ଖୁସି କରିବାକୁ ଫାଇନ କାଟିବେ ,ନ କହିଲେ ଫାଇନ କାଟିବାକୁ . . .

Leave A Reply

Your email address will not be published.