ସରକାରୀ ଜମିରେ ଦୋକାନ କରିବା ନେଇ ଗଣ୍ଡଗୋଳ,

୩ଆହତ,୨ ଅଟକ

ବାରଙ୍ଗ, ୩୦।୪(ଏସଏସନିୟୁଜ) ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ଗ୍ରାମ ନିକଟରେ ସରକାରୀ ଜମିରେ ଦୋକାନ କରିବାକୁ ନେଇ ଗଣ୍ଡଗୋଳ ଘଟଣାରେ ୩ଜଣ ଆହତ ହୋଇଥିବା ବେଳେ ଦୁଇଜଣଙ୍କୁ ପୋଲିସ ଅଟକ ରଖିଛି ।
ସୂଚନା ଅନୁଯାୟୀ ମଧୁବନ ଗ୍ରାମର ଲିକୁନ ରାଉତ(୨୫) ନାମକ ଯୁବକ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡ଼ ସରକାରୀ ଜମିରେ ଏକ ପାନ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ବୁଧବାର ସନ୍ଧ୍ୟା ୫ଟାରେ ଉକ୍ତ ଗ୍ରାମର ଶଙ୍କର ରାଉଳ ଓ ତାର ସହଯୋଗୀ ମାନେ ଆସି ଲିକୁନ କରିଥିବା ଦୋକାନ କଡ଼ରେ ଦୋକାନ କରିବା ନେଇ ବାଉଁଶ ପୋତିଥିଲେ । ତେବେ ଦୋକାନ କଡ଼ରେ ଦୋକାନ କରିବାରୁ ଲିକୁନ ଓ ତାଙ୍କର ପିତା କୃଷ୍ଣଚନ୍ଦ୍ର ଉଭୟ ବିରୋଧ କରିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ପ୍ରବଳ ବଚଷା ଓ ପରେ ମାଡଗୋଳ ହୋଇଥିଲା। ଗଣ୍ଡଗୋଳରେ ବାପପୁଅଙ୍କ ଏକ ଶାବଳ ଆକ୍ରମଣ କରିବାରୁ ଶଙ୍କର ରାଉଳ, ନାରାୟଣ ରାଉଳ,ଗୌରୀ ରାଉଳ ଆହାତ ହୋଇଥିଲେ। ଖବର ପାଇ ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ଵାଳ ସଦଲବଳେ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇବା ସହ ବାପା କୃଷ୍ଣଚନ୍ଦ୍ର ଓ ପୁଅ ଲିକୁନକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

- Advertisement -

Leave A Reply

Your email address will not be published.