ସର୍ବ ଭାରତୀୟ ପ୍ରତିବାଦ ଦିିବସରେ ସ୍ଥାୟୀ ଅନ୍ଦୋଳନ ପାଇଁ ଆହ୍ୱାନ

0 513

ଡେଲାଙ୍ଗ ୧୪/୦୯(ଏସଏସନିୟୁଜ)ଅଲଇଣ୍ଡିଆ କିଷାନ କୋଡିନେସନ କମିଟି ଡକରାରେ ସର୍ବଭାରତୀୟ  ପ୍ରଦିବାଦ ସିବସ ଉପଲକ୍ଷେ ଡେଲାଙ୍ଗ ବ୍ଲକର ଏ.ଆଇ.କେ.କେ.ଏମ.ଏସ ପକ୍ଷରୁ ପ୍ରତିଦାବସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର କର୍ମୀମାନେ ହାତରେ ପ୍ଲାଗକାର୍ଡଧରି ସରକାରଙ୍କ ଜନବିରୋଧି ନିତି ସମ୍ପର୍କରେ ସ୍ଲୋଗାନ ଦେଇଥିଲେ । ପ୍ରସ୍ତାବିତ ବିଦ୍ୟୁତ ବିଲ ୨୦୨୦ ପ୍ରତ୍ୟାହାର କରି କର୍ପୋରେଟ ହଟାଅ ଦେଶ ବଂଚାଅ ,କୃଷିଉତ୍ପାଦନ ବଜାର କମିଟି ୨୦୨୦ ସଂଶୋଧନ ଆଦେଶ ପ୍ରତ୍ୟାହାର କରିବା ଆଦି ସ୍ଲୋଗାନ ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏ.ଆଇ.କେ.କେ.ଏମ.ଏସର ରାଜ୍ୟ ସମ୍ପାଦକ କମ୍ରେଡ ରଘୁନାଥ ଦାଶ ଯୋଗଦେଇ କେନ୍ଦ୍ରରେ ବିଜେପି ସରକାର ଅଣିଥିବା ଜନବିରୋଧି ବିଦ୍ୟୁତ ବିଲ ,ଚୁକ୍ତିଚାଷ ବା କଣ୍ଟ୍ରକ୍ଟ ଫାର୍ମିଙ୍ଗ,କୃଷିଯନ୍ତ୍ରପାତିଦ୍ରବ୍ୟର ବିକ୍ରୀ ଖରିଦ୍‌କୁ କର୍ପୋରେଟ ମାନଙ୍କୁ ଟେକିଦେବା,୮ ଘଣ୍ଟା ଡ୍ୟୁଟି ବଦଳରେ ଶ୍ରମିକ ମାନଙ୍କୁ ୧୨ ଘଣ୍ଟା କାମ କରାଇବା ଭଳି ଜନବିରୋଧି ଅଧ୍ୟାଦେଶ ଗୁଡିକୁ ସମ୍ପର୍କରେ ବିସ୍ତୃତ ଅଲୋଚନା କରିବା ସହିତ ଏହି ସବୁ କଳାନିୟମକାନୁନ୍ ହଟାଇବା ପର୍ଯ୍ୟନ୍ତ ସ୍ଥାୟୀ ଅନ୍ଦୋଳନ ଗଢିତୋଳିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ବ୍ଲକ ସଭାପତି କମ୍ରେଡ ଦୀନବନ୍ଧୁ ପରିଡା ,ସଂମ୍ପାଦକ ବଟକୃର୍ଷ୍ଣ ସାଇଁ,ଜିଲ୍ଲାସଭାପତି ଗଙ୍ଗାଧର ପ୍ରଧାନ,ପୂର୍ବତନ ସରପଂଚ ରାଜକିଶୋର ଆଳୁକ,ପଦ୍ମଚରଣ ଜେନା ,ତ୍ରୀନାଥ ପ୍ରଧାନ,ଗୋଳଖ ବିହାରୀ ବରାଳ ପ୍ରମୁଖ କର୍ମୀମାନେ ଉପସ୍ଥିତ ରହି ଅନ୍ଦୋଳନକୁ ଶକ୍ତିଶାଳି କରି ଗଢିତୋଳିବା ପାଇଁ ସଂଙ୍କଳ୍ପ ନେଇଥିଲେ ।ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ପ୍ରସ୍ତାବିତ ବିଦ୍ୟୁତ ବିଲର ପ୍ରତ୍ୟାହାର,ଏକ ଦେଶ ଏକ ବଜାର ନହେଁ ଦେଶ ତମାମ ନ୍ୟୁନତମ କୃଷକ ମାନଙ୍କୁ ଦିଆଯାଉଥିବା ସହାୟକ ମୁଲ୍ୟ ପ୍ରଚଳନ,କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚର ଦେଢଗୁଣ ମୂଲ୍ୟ ନିର୍ଦ୍ଧାରଣ ,୧୯୫୫ ମସିହାରୁ ରହିଆସିଥିବା ଅତ୍ୟାବଶ୍ୟକ ଜିନିଷ ପତ୍ରର ଆଇନ ବଲବଭର ରଖିବା ,କୃଷି ଯାତ ଦ୍ରବ୍ୟକୁ ବିକ୍ରୀଖରିଦ୍ କରିବା ଅଧିକାର କର୍ପୋରେଟ ହସ୍ତାନ୍ତରିତ କରିବା ଆଦି ବନ୍ଦ କରିବା ସଂଗଠନ ପକ୍ଷରୁ ଦାବି କରାଯାଇଛି ।(ଡେଲାଙ୍ଗ ରୁ ଚିତଜେନାଙ୍କ ରିପୋର୍ଟ )

Leave A Reply

Your email address will not be published.