ସରିଲା ମହାଲଢେଇ

ଉଦଯାପିତ ହେଲା ସର୍ବଭାରତୀୟ ଗଣ୍ଡରପୁରକପ ଫୁଟବଲ ଟୁର୍ଣାମେଣ୍ଟ

0 114

ବାରଙ୍ଗ,୧୦ା୧୨(ଏସଏସନିଉଜ)ରବିବାରଦିନ ଉଦଯାପିତ ହୋଇଯାଇଛି ସର୍ବଭାରତୀୟ ଗଣ୍ଡରପୁରକପ ଫୁଟବଲ ଟୁର୍ଣାମେଣ୍ଟ । କଲ୍ୟାଣପୁର ଗ୍ରାମ ପଞ୍ଚାୟତର ଗଣ୍ଡରପୁର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ୍ ରେ ୧୦ଦିନଧରି ଚାଲିଥିବା ଏହି ଟୁର୍ଣାମେଣ୍ଟର ଅନ୍ତିମ ଦିବସର ଫାଇନାଲମ୍ୟାଚରେ ଗ୍ରାମାଞ୍ଚଳ ବି ଡିଭିଜନର ପ୍ରଥମମ୍ୟାଚ ଜୟଦୁର୍ଗାକ୍ଲବ ଆମଣ ୫-୪ ଟାଏ ବ୍ରେକରରେ ରଘୁନାଥଜୀଉ ପୁରଣକୁ ପରାସ୍ତ କରି ଚଳିତବର୍ଷର ଚମ୍ପିୟାନଟ୍ରଫି ଲାଭ କରିଥିଲା ।ସେହିଭଳି ଗ୍ରାମାଞ୍ଚଳ ଏ ଡିଭିଜନରେ ମାମଙ୍ଗଳକ୍ଲବ ଗୋଠପୂର ୫-୪ ଟାଏବ୍ରେକରରେ ସ୍ଵର୍ଣ ଦେବୀକ୍ଲବ, ବଉଳକୁଦକୁ ହରାଇ ଚଳିତବର୍ଷ ଏ ଡିଭିଜନର ଚମ୍ପିୟାନଲାଭ କରିଥିଲା । ଗ୍ରାମାଞ୍ଚଳର ବିକାଶପଢ଼ିହାରୀଙ୍କୁ ସର୍ବଶ୍ରେଷ୍ଠ ଖେଳାଳି ଭାବେ ଏକ ହୋଣ୍ଡାଶାଇନଗାଡି ପ୍ରଦାନ କରାଯାଇଥିଲା । ସେହିପରି ସହରାଞ୍ଚଳର ଫାଇନାଲମ୍ୟାଚରେ ନିଜେରିଆ ଏକାଦଶଦଳ ୨-୦ ଗୋଲରେ ଜାଗାୟୁନାଇଟେଡ଼କୁ ହରାଇ ଚଳିତବର୍ଷର ଚମ୍ପିୟାନ ହୋଇଥିଲେ । ଦଳପକ୍ଷରୁ ୱାଲିଅମସକୁ ଶ୍ରେଷ୍ଠଖେଳାଳି ଭାବେ ବିବେଚିତ କରାଯାଇଥିଲା । ବି ଡିଭିଜନର ଚମ୍ପିୟାନ ଦଳକୁ ନଗଦ ୨୦ହଜାରଟଙ୍କା ସହିତ ଟ୍ରଫି ଓ ରନର୍ସଅପ ଦଳକୁ ୧୫ହଜାରଟଙ୍କା ପ୍ରଦାନ କରାଯାଇଥିଲା ।ସେହିଭଳିଭାବେ ଏ ଡିଭିଜନର ଚମ୍ପିୟାନଦଳକୁ ଟ୍ରଫିସହିତ ୧ଲକ୍ଷଟଙ୍କା ଓ ରନର୍ସଅପଦଳକୁ ଟ୍ରଫିସହିତ ୭୫ହଜାରଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ସହରାଞ୍ଚଳର ଚମ୍ପିୟାନଦଳକୁ ଟ୍ରଫିସହିତ ନଗଦ ୭୫ହଜାର ଟଙ୍କା ଏବଂ ରନର୍ସ ଅପଦଳକୁ ଟ୍ରଫି ସହିତ ନଗଦ ୫୦ହଜାରଟଙ୍କା ପୁରସ୍କାର ଦିଆଯାଇଥିଲା ।

ଉଦ୍‌ଯାପନିଉସ୍‌ବରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱରମେୟର ସୁଲୋଚନାଦାସ ଓ ସମ୍ମାନିତଅତିଥି ଭାବେ ରାଜ୍ୟ ଶ୍ରମିକକଲ୍ୟାଣବୋର୍ଡ ଅଧକ୍ଷା ଶ୍ରିମୟୀମିଶ୍ର ଯୋଗଦେଇ ଚମ୍ପିୟାନ ଓ ରନସ୍‌ର୍ଅପ ଦଳକୁ ପୁରସ୍କାରପ୍ରଦାନ କରିଥିଲୋ ଅନ୍ୟମାନଙ୍କ ମଧ୍ୟରେ ବିଜେଡିନେତା ନିର୍ମଳ ଚନ୍ଦ୍ର ରାଉତ, ଗ୍ରାମକମିଟି ସଭାପତି ଭାସ୍କର ଚନ୍ଦ୍ର ପଢ଼ିହାରୀ, କୈଳାଶ ଚନ୍ଦ୍ର ରାଉତ, ପ୍ରଶାନ୍ତ ପଢ଼ିହାରୀ ପ୍ରମୁଖ ଉପସ୍ଥିତଥିଲେ ।

Leave A Reply

Your email address will not be published.