ସରିଲା ସୁଟିଂ,ଉନ୍ମୋଚନକୁ ଅପେକ୍ଷା …

0 1,196

ବାରଙ୍ଗ,୩୦/୧୧(ଏସ୍‌ଏସ୍‌ନିୟୁଜ)ଭୁବନେଶ୍ୱର ଉତର ନିର୍ବାଚନମଣ୍ଡଳୀର ଢାୱା ଗ୍ରାମରେ ଅବସ୍ଥାପିତ କରିଛନ୍ତି ପାଖାପାଖି ୧୦୦ରୁ ଉର୍ଦ୍ଧ ଗ୍ରାମବାସୀଙ୍କ ଆରାଧ୍ୟ ଶୈବପୀଠ ବାବା ସୋମନାଥ ମନ୍ଦିର ।ଏହି ପୀଠର ଅଧିଷ୍ଠିତ ଠାକୁର ବାବା ସୋମନାଥ ମନ୍ଦିରରେ ବାରମାସରେ ୧୩ପର୍ବ ଭଳି ଭିନ୍ନଭିନ୍ନ ଯାନିଯାତ୍ରା ଲାଗିରହିଥାଏ ।ବହୁ ଅଲୈାକିକ ଘଟଣାକ୍ରମ ସହ କିମ୍ବଦନ୍ତୀକୁ ବୁକୁରେ ଜାବୁଡି ଧରି ଦଣ୍ଡାୟମାନ ହୋଇଛି ଏହି ପୀଠ । ଏହି ପୀଠର ମହାନ୍ତ୍ୟ ଓ ମହିମାକୁ ସାଧାରଣ ରେ ପହଁଚାଇବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି ।ଏହାଭିତରେ ସତ୍ୟସନ୍ଧାନ ୱେବ୍ ଚ୍ୟାନେଲ ଓ ମା ଯୋଗମାୟା ଟ୍ରାଭେଲ୍ସର ମିଳିତ ଉଦ୍ୟମରେ ପୁରପଲ୍ଲୀର ପ୍ରତିଭାମାନଙ୍କୁ ସାଙ୍ଗରେ ନେଇ ସେମାନଙ୍କ ଅଭିନୟ ଆଧାରରେ ବାବା ସୋମନାଥଙ୍କ ମହିମା ଉପରେ ଆଧାରିତ ୧୦ଟି ଓଡିଆ ଭଜନର ଭିଡିଓକ୍ୟାସେଟ ଉନ୍ମୋଚନ ହୋଇସାରିଛି । ଏବେ ଦୁଇଟି ଗୀତର ସୁଟିଂ କାର୍ଯ୍ୟ ଶେଷ ହୋଇଛି ।ଯୁବନିର୍ଦ୍ଦେଶକ ଶଶିକାନ୍ତନାୟକଙ୍କ ନିର୍ଦ୍ଦେଶନାରେ “ହେ ସୋମନାଥ“.. ଶିର୍ଷକ ଗୀତରେ ସଞୟ,ଶିଖାଙ୍କ ସହ ଶିଶୂ କଳାକାର ମୟଙ୍କ ଅଭିନୟ କରିଛନ୍ତି । ସେହିଭଳିଭାବେ “ସୋମନାଥଙ୍କୁ ସୁମରିଲେ ମନେ” ଗୀତରେ ଅମୁଲ୍ୟ ଓ ଡଲି ଅଭିନୟ କରିଛନ୍ତି । କ୍ୟାମେରାରେ ଗୈାରୀଶଙ୍କର ଦାସ ଓ ମେକଅପ୍‌ରେ ପ୍ରଶାନ୍ତଙ୍କ ସହ ନାରୀଜାଗରଣମଂଚ,ବାବାସୋମନାଥସେନାର ସଦସ୍ୟ ଓ ସଦସ୍ୟାମାନେ ସୁଟିଂସେଟ୍‌ରେ ସହଯୋଗ କରିଥିଲେ । ବାବା ସୋମନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ଦୁଇଟି ଭଜନ ଭିଡିଓକ୍ୟାସେଟ୍ ବାବାଙ୍କର ପ୍ରବେଶତୋରଣ ଉଦ୍‌ଘାଟନ ଅବସରରେ ମୁକ୍ତିଲାଭ କରିବ ।

Leave A Reply

Your email address will not be published.