ସରିଲା ବୈଠକ

ସରିଲା ବୈଠକ,ନବୀନ ନିବାସ ରୁ ବାହାରିଲେ ନେତା

0 62

ଭୁବନେଶ୍ୱର,୧୮।୩(ଏସଏସନିଉଜ)ପୁରୀ ସଂସଦୀୟକ୍ଷେତ୍ର ନେତାଙ୍କୁ ନେଇ ବୈଠକ ଶେଷ ହୋଇଛି।ନବୀନ ନିବାସରେ BJD ସୁପ୍ରିମୋଙ୍କ ସହ ହୋଇଥିଲା ବୈଠକ।ବୈଠକ ପରେ ବିଧାୟକ ଅରୁଣ ସାହୁ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି
ସବୁ ନିର୍ବାଚନମଣ୍ଡଳୀରେ BJD ଶକ୍ତି ବୃଦ୍ଧି କରାଇବା,ଜନ ସାଧାରଣ ପାଖକୁ ଯିବା କାର୍ଯ୍ୟକୁ ତ୍ବରାନ୍ବିତ କରିବା,ସାଙ୍ଗଠନିକ ପ୍ରକ୍ରିୟାକୁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଦେଇଛନ୍ତି।ଏହାସହ ପୁରୀ ସଂସଦୀୟକ୍ଷେତ୍ର ନେଇ ବିସ୍ତୃତ ଆଲୋଚନା ହୋଇଛି।ଲୋକଙ୍କ ନିକଟତର ହେବାକୁ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇଛି।ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା କହିଛନ୍ତି ସାଙ୍ଗଠନିକ କାମ ତ୍ବରାନ୍ବିତ ଓ BJD ସଙ୍ଗଠନ ମଜଭୁତ ନେଇ ଆଲୋଚନା ହୋଇଛି।ଠିକଣା ସମୟରେ ପ୍ରାର୍ଥୀ ଘୋଷଣା ନିଷ୍ପତ୍ତି CMନେବେ ବୋଲି କହିଛନ୍ତି।ନିର୍ବାଚନ ନେଇ ନବୀନ ନିବାସରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେଅରୁଣ ସାହୁ, ରୁଦ୍ର ମହାରଥୀ, ଉମା ସାମନ୍ତରାୟ, ସତ୍ୟ ପ୍ରଧାନ ,ସଞ୍ଜୟ ଦାସବର୍ମା, ଶୁଭାଶିଷ ଖୁଣ୍ଟିଆ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.