ଭୋକିଲା ପଶୁଙ୍କ ଅର୍ଣ୍ଣଦାତା

0 339

ବାରଙ୍ଗ.୭/୫(ଏସ୍‌ଏସ୍‌ନିୟୁଜ) ମହାମାରୀ କରୋନା କବଳରୁ ରକ୍ଷା ପାଇବାପାଇଁ ସରକାର ଜନସାଧାରଣଙ୍କ ସୁରକ୍ଷା ଓ ହିତ ପାଇଁ ବହୁବିଧ ଯୋଜନାମାନ କରୁଛନ୍ତି ।ସାମାଜିକ ଦୁରତ୍ୱ ସହ ମାସ ପିନ୍ଧିବାକୁ କହୁଥିବାବେଳେ ଲକଡଉନ ଓ ସଟ ଡାଉନ ମଧ୍ୟ କରିଛନ୍ତି ।ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ଗାଁଗହଳିରେ ସାଧାରଣ ଲୋକ ପୁରାମାତ୍ରାରେ ଗ୍ରହଣ କରୁନଥିବାବେଳେ ଏବେ କିନ୍ତୁ ସରକାରଙ୍କର ନିଷ୍ପତିରେ ପୁର୍ଣରୁପେ ସହମତି ଜଣାଉ ଥିବାର ଦେଖିବାକୁ ମିଳିଛି ।ଏହି ଘଡିସନ୍ଧି ମୁହୁର୍ତରେ ବହୁ ବଦାନ୍ୟ ବ୍ୟକ୍ତିମାନେ ସରକାରଙ୍କୁ ସାହାର୍ଯ୍ୟ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫପାଣ୍ଠିକୁ ଅର୍ଥ ଦାନ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି ।ଆଉ କେତେକ ଅଛନ୍ତି ବୁଲାଗୃହପାଳିତ ପଶୁପକ୍ଷୀମାନଙ୍କୁ ଖାଦ୍ୟ ବାଂଟି ଆମ୍‌ସନ୍ତୋଷ ଲାଭ କରୁଛନ୍ତି ।
ଏହି ସଟ୍‌ଡାଉନ ସମୟରେ ନଜରକୁ ଆସିଛନ୍ତି କିଟ୍ ଜଣେ କର୍ମଚାରୀ । ନାଁ ହେଉଛି ସଞୟକୁମାରପତି, ଭୂବନେଶ୍ୱର ବ୍ଲକର ଇଞଣା ଗ୍ରାମରେ ତାଙ୍କର ଘର । ଦୁଇଦିନିଆ ସଟଡାଉନସମୟରେ ଘରୁ ବାହାରି ଗାଁ କୁ ଗାଁ ବୁଲୁଛନ୍ତି ସଞୟ । ବୁଲିବାର ଉଦ୍ଦେଶ୍ୟ ରଖିଛନ୍ତି ରାସ୍ତାଘାଟ ରେ ବୁଲୁଥିବା କିମ୍ବା ଶୋଇଥିବା ବୁଲାଗାଇଗୋରୁ,ବୁଲାକୁକୁର,ମାଙ୍କଡକୁ ପାଖକୁ ଡାକି ଦେଉଛନ୍ତି ଖାଇବାକୁ ଖାଦ୍ୟ ।ଛୋଟିଆ ଚାକିରିଟି କରିଛନ୍ତି କିଟ୍‌ରେ ।ସେଠାରୁ ଯାହା କିଛି ମାସିକ ଦରମା ମିଳୁଛି ସେଥିରେ ଛୋଟିଆ ପରିବାରଟି ସୁରୁଖୁରରେ ଚଳୁଛନ୍ତି ।ତେବେ ସଟଡାଉନ ସମୟରେ ଦୋକାନ ବଜାର ବନ୍ଦ ରହୁଥିବାରୁ ବୁଲାଗୋରୁଗାଇ,ଷଣ୍ଢ,ମାଙ୍କଡମାନଙ୍କୁ ଖାଦ୍ୟମିଳିବା କଷ୍ଟକର ହେବାର ଏହିଭଳି ଉଦ୍ୟମ କରିଛନ୍ତି । ଏହାଦ୍ୱାରା ଯୁବପିଢି ଅନୁପ୍ରାଣିତ ହୋଇପାରିବା ସହ ଗୃହପାଳିତ ପଶୁପକ୍ଷୀ ମାନଙ୍କର ଆବଶ୍ୟକତାକୁ ଉପଲବ୍ଧ କରିବେ ବୋଲି ଆଶା ରଖିଛନ୍ତି ସଞୟ ।

 

CONTACT-satyasandhana.in, ph/ whatsApp -9937134189,facebook- satyasandhana ,mail- satyasandhana@gmail.com ,ଲାଇକ୍ ଓ ସେୟାର କରନ୍ତୁ । 

 

Leave A Reply

Your email address will not be published.