Take a fresh look at your lifestyle.

ସ୍କୁଲ ଖୋଲୁ ଖୋଲୁ ସଙ୍କଟ: କରୋନା ପଜିଟିଭ୍ ଚିହ୍ନଟ ହେଲେ ପ୍ରଧାନ ଶିକ୍ଷକ, ଭୟରେଛାତ୍ରଛାତ୍ରୀ

0 527

ପାଟନା ୭/୧(ଏସଏସନିୟୁଜ) ବିହାରରେ କରୋନା ସଂକ୍ରମଣ ମଧ୍ୟରେ ସ୍କୁଲ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ଆଦେଶ ଦେବାପରେ ଜଣେ ପ୍ରଧାନ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମାମଲା ଗୟା ଜିଲ୍ଲାର। ଏଠାରେ ଜାନୁଆରୀ ୪ ତାରିଖରେ ସ୍କୁଲ ଖୋଲିଥିଲା। ସ୍କୁଲ ଖୋଲିବା ପରେ ଖିଜରସରାୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପାଟନାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ପ୍ରଧାନ ଶିକ୍ଷକଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବା ଜଣାପଡିଛି।
ପ୍ରଧାନ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହେବାପରେ ସ୍କୁଲର ଅନ୍ୟ ଶିକ୍ଷକ ମଧ୍ୟ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ପ୍ରଧାନ ଶିକ୍ଷକ ଶିକ୍ଷା ବିଭାଗକୁ ଚିଠି ଲେଖି ସ୍କୁଲ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ସ୍କୁଲର ପ୍ରଧାନ ଶିକ୍ଷକ ଦ୍ୱାରା ଜିଲ୍ଲା ଶିକ୍ଷା ପଦାଧିକାରୀଙ୍କୁ ମଧ୍ୟ ଚିଠି ଲେଖି ସ୍କୁଲ ବନ୍ଦ କରିବାକୁ ଅନୁରୋଧ କରାଯାଇଛି।
ପ୍ରଧାନ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହେବାପରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଶିକ୍ଷକଙ୍କ ଯାଞ୍ଚ କରାଯିବ। ଏହି ଘଟଣା ପରେ ଜିଲ୍ଲା ଶିକ୍ଷା ପଦାଧିକାରୀ ତତ୍କାଳ ସ୍କୁଲକୁ ସାନିଟାଇଜ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ପ୍ରଶାସନ। ବିହାରରେ ଲକଡାଉନ ପରେ ପ୍ରଥମଥର ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ଏହାପରେ ଜାନୁଆରୀ ୪ ତାରିଖରେ ସ୍କୁଲ-କଲେଜ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲାଯାଇଥିଲା।

Leave A Reply

Your email address will not be published.