ସହକାରୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସଚଢଉ

ସୁନ୍ଦରଗଡ଼,୬ା୬(ଏସଏସନିଉଜ) ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢଉ ଚାଲିଛି ।ଭିଜିଲାନ୍ସ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଫିସ , ଲେଫ୍ରିପଡ଼ା ଅଫିସ ଓ ସରକାରୀ ବାସଭବନ, ସୁନ୍ଦରଗଡ଼ର କେନ୍ଦୁପଡ଼ାରେ ଥିବା ଭଡ଼ା ଘର, ଭଦ୍ରକ ବନ୍ତରେ ଥିବା ପୈତୃକ ଘର, ଭଦ୍ରକ ସିନ୍ଦୋଳରେ ଥିବା ଶ୍ବଶୁର ଘର ଓ ବନ୍ତ ଛକରେ ଥିବା ତାଙ୍କ ଘରେ ଏକକାଳୀନ ଚଢଉ କରୁଛି ଭିଜିଲାନ୍ସ। ସେ ବର୍ତ୍ତମାନ ହେମଗିରି ଅଞ୍ଚଳ ପାଇଁ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଦାୟିତ୍ଵରେ ଥିଲେ।

- Advertisement -

Leave A Reply

Your email address will not be published.