ଶୀତଳ ଷଷ୍ଠୀ ଯାତ୍ରା ଲାଗି ଲଗ୍ନ ଧାର୍ଯ୍ୟ

0 435

ବରଗଡ, ୨୭/୪(ଏସଏସନିଉଜ) ବରପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଲାଗି ଲଗ୍ନ ଧାର୍ଯ୍ୟ ହୋଇଛି । ଏଥିନିମନ୍ତେ ଆସନ୍ତା ମେ ୩ରେ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ଥାଳ ଉଠା କାର୍ଯ୍ୟକ୍ରମ ହେବାକୁ ନିଷ୍ପତି ହୋଇଛି । ଏହାସ ମେ ୩୧ରୁ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସର୍ବସମ୍ମତି କ୍ରମେ ସ୍ଥିର ହୋଇଛି । ଚଳିତ ବର୍ଷ ମହୋତ୍ସବକୁ ଅଧିକ ଆକର୍ଷଣ ଓ ଲୋକାଭିମୁଖୀ କରିବା ସହ ଚଳିତ ବର୍ଷ ୧୪୫ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଳନ ଉପରେ ସବିଶେଷ ଆଲୋଚନା ହୋଇଛି । ନୃପରାଜ କ୍ଲବ ପରିସରରେ ଯାତ୍ରା କମିଟି ସଭାପତି ଆନନ୍ଦ ବାବୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହାସହ ମା’ ପାର୍ବତୀଙ୍କ ବିବାହ ଉତ୍ସବ ପାଇଁ ମନୋନୀତ ହୋଇଥିବା ଜଗନ୍ନାଥ ନଗର ବା ହିମାଦ୍ରୀ ନଗରବାସୀଙ୍କ ପକ୍ଷରୁ ତିଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.