ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକ

0 222

ରାୟଗଡ଼ା,୧୪/୯(ଏସଏସନିୟୁଜ) ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକ । ସପ୍ତାହେ ହେଲା ଖୋଜ୍ ଖବର ନାହିଁ । ୫ ଯୁବକଙ୍କୁ ଗାଁରୁ ଡାକି ଆଣିଲେ ସଶସ୍ତ୍ର ଯବାନ । ପରିବାର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ଯୁବକଙ୍କ କୌଣସି ସନ୍ଧାନ ପାଉନଥିବାରୁ ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମାଙ୍କୁ ଭେଟି ନିଜର ଦୁଃଖ ଜଣାଇବାପରେ ଆଶ୍ବସନା ଦେଇଛନ୍ତି ରାୟଗଡ଼ା ଏସପି ।ଏହିଭଳି ଘଟଣା ରାୟଗଡ଼ାର ଅମ୍ବାଦଳା ଥାନା ଟିକରପଡ଼ା ଗ୍ରାମରେ ଘଟିଛି ।ଏହି ଗ୍ରାମର ବାବୁଲାଲ୍ ପଲକିଆ, ଜାରପା ଗ୍ରାମର ଝୁରୁକା ମାଝି, ଡିମିରିଗୁଡ଼ା ଗ୍ରାମର ରାଜେଶ କୁରୁକୁରିଆ, ଗୁଚୁକାଭାଙ୍ଗୁ ଗ୍ରାମର ଆଶାରାମ କୁଲଦୀପିଆ, ଚକାରାମ କୁଲଦୀପିଆଙ୍କୁ କିଛି ଜବାନ ଆସି ଭୋର ସମୟରେ କବାଟ ବାଡେଇଥିଲେ ।ସାହେବ କଥା ହେବେ ବୋଲି କହି ଯୁବକମାନଙ୍କୁ ସାଙ୍ଗରେ ନେଇଯାଇଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି ।ତେବେ ମାଓ ଦମନ ଅଭିଯାନକୁ ଜୋରଦାର୍ କରିବା ସହ ଗୁଇନ୍ଦା ସୂଚନାକୁ ଭିତ୍ତି ମାଓ ସହଯୋଗୀଙ୍କୁ କାବୁ କରିବାକୁ ପ୍ରୟାସ ଜାରି ରଖିଛିପୁଲିସ୍-ଏସଓଜି-ସିଆରପିଏଫ୍ ଯବାନ ।

Leave A Reply

Your email address will not be published.