ସରକାରୀକ୍ୱାର୍ଟର୍ସରୁ କନେଷ୍ଟବଳଙ୍କ ଝୁଲନ୍ତାମୃତଦେହ ଉଦ୍ଧାର

ଭଦ୍ରକ,୨୭ା୮(ଏସଏସନିଉଜ)ତିହିଡ଼ି ଥାନାରେ କାର‌୍ୟ୍ୟରତ ତୋଫାନ କୁମାର ପାତ୍ରନାମକ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଛି।ଖବରପାଇ ଘଟଣାସ୍ଥଳରେ ତିହିଡ଼ି ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।ପ୍ରାୟ ଦେଢ଼ବର୍ଷହେବ ତୋଫାନ ତିହିଡ଼ିଥାନାରେ ଯୋଗଦେଇଥିବାସହ ସରକାରୀ କ୍ୱାର୍ଟର୍ସରେ ଏକୁଟିଆ ରହୁଥିଲେ। ସେ ବିଳମ୍ଭିତରାତିରେ ଡିଉଟି ସାରି କ୍ୱାର୍ଟର୍ସକୁ ଯାଇଥିଲେ। ପଡ଼ୋଶୀ ଝରକା ବାଟେ ଆଜି ସକାଳେ ତୋଫାନ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ତେବେ କେଉଁକାରଣ ନେଇ ତୋଫାନ ଜୀବନହାରିବାଭଳି ନିଷ୍ପତି ନେଲେ ପକୃତ କାରଣ ଅସ୍ପଷ୍ଟ ରହିଛି।

- Advertisement -

Leave A Reply

Your email address will not be published.