ସ୍ତ୍ରୀର ତଣ୍ଟିଚିପି ହତ୍ୟା ଅଭିଯୋଗ ଆଣିଲେ ମା

ଓଡ଼ଗାଁ,୩/୨୧(ଏସ୍‌ଏସ୍‌ନିୟୁଜ) ସ୍ତ୍ରୀର ତଣ୍ଟିଚିପି ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ମା । ଓଡ଼ଗାଁ ଥାନା ଅନ୍ତର୍ଗତ ଦଲକ ସାହିର ବବି ପ୍ରଧାନ ନାମକ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ମା ମଂଜୁ ନିଜ ଜ୍ୱାଇଁ ଗଣେଶବାରିକ ଝିଅର ତଣ୍ଚିଚିପି ହତ୍ୟା କରିଛନ୍ତି ବୋଲି ଥାନାରେ ଅଭିଯୋଗ କରିଛନ୍ତି।ପୋଲିସ ଅଭିଯୋଗ ପାଇବାପରେ ଏକ ମାମଲା ରୁଜୁ କରି ମୃତ ଦେହକୁ ଜବତ କରି ବ୍ୟବଛେଦ କରିଥିବା ଜଣା ପଡିଛି।ମଶାବାରୀ ଗ୍ରାମର ଗଣେଷ ବାରିକଙ୍କୁ ବବି ପ୍ରଧାନ ବିବାହ କରିଥିଲେ। ଏକ କନ୍ୟା ସନ୍ତାନର ଜନନୀ ହୋଇଥିବା ବବି ୩ ମାସ ହେବ ବାପଘର ଦଲକ ସାହିରେ ରହୁଥିଲେ। ରବିବାର ଦିନ ସ୍ୱାମୀ ଗଣେଶ ଶ୍ୱଶୁର ଘରକୁ ଆସି ରାତିରେ ରହିଥିଲେ।କିନ୍ତୁ ସେହିଦିନ ବିଳମ୍ବିତ ରାତିରେ ବବିଙ୍କ ଦେହ ଖରାପ ହୋଇଯିବାରୁ ତାଙ୍କୁ ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଚିକିତ୍ସା ପାଇଁ ନୟାଗଡ଼, ପରେ ଭୁବନେଶ୍ୱର ଓ ତାପରେ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସିତ ଅବସ୍ଥା ରେ ମଙ୍ଗଳବାର ବିଳମ୍ବିତ ରାତିରେ ବବି ମୃତ୍ୟୁବରଣ କରିଥିଲେ । ମୃତଦେହ ଗାଁ ରେ ପହଞ୍ଚିବା ପରେ ମୃତକଙ୍କ ମା ନିଜ ଜ୍ୱାଇଁ ଗଣେଶ ଝିଅର ତଣ୍ଚିଚିପି ହତ୍ୟା କରିଛନ୍ତି ବୋଲି ଥାନାରେ ଅଭିଯୋଗ କରିଥିଲେ ।

- Advertisement -

Leave A Reply

Your email address will not be published.