ଶୁକ୍ରବାର ମୁଖ୍ୟମନ୍ତ୍ରୀ କରିବେ ବହୁତଳଗାଡିରହଣୀସ୍ଥଳର ଉଦଘାଟନ

ତପ୍ତର ହୋଇପଡିଛି ପ୍ରଶାସନ

0 405

ବାରଙ୍ଗ,୨୪/୫(ଏସଏସନିୟୁଜ)ବହୁ ପ୍ରତିକ୍ଷିତ ନନ୍ଦନକାନନର ବହୁତଳଗାଡିରହଣୀସ୍ଥଳ ଉଦଯାଟନ ହେବାକୁ ଯାଉଛି ।ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କଦ୍ୱାରା ଏହା ଉଦଘାଟନ ହେବାର ସୁଚନା ମିଳିବାପରେ ନନ୍ଦନକାନନ ସହିତ ବିଭିର୍ଣ ବିଭାଗ ପକ୍ଷରୁ ସଜାଗ ଓ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ନନ୍ଦନକାନନପକ୍ଷରୁ ୨ବର୍ଷ ହେବ କାମପୁର୍ଣାଙ୍ଗ ହୋଇରହିଥିବା ବହୁତଳଗାଡିରହଣୀସ୍ଥଳର ବିଭିର୍ଣ ଜାଗାରେ ହୋଇଥିବା ଭଙ୍ଗାରୁଜା ଓ ରଙ୍ଗଛାଡିଯାଇଥିବା ସ୍ଥାନମାନଙ୍କୁ ମରାମତି କାର୍ଯ୍ୟ ମଧ୍ୟ ଯୋରଦାର ଆରମ୍ଭ କରାଯାଇଛି ।ଆରଆଣ୍ଡବି ଭରବଙ୍କନଶବର ଡିଭିଜନ ପକ୍ଷରୁ ରାସ୍ତାରେ ତାଳିପକା କାମ ସହ ରାସ୍ତାପାଶ୍ୱର୍ରେ ଜମିରହିଥିବା ବାଲିମାଟିକୁ ସଫା କରିବା କାମ ଆରମ୍ଭ ହୋଇଯାଇଛି ।୩୫କୋଟିଟଙ୍କା ବ୍ୟୟବରାଦରେ ନିର୍ମିତ ଏହି ପାର୍କିଁଂର ନିର୍ମାଣ କାର୍ଯ୍ୟ ଆରଆଣ୍ଡବି ଭୁବନେଶ୍ୱର ଡିଭିଜନ ତରଫରୁ କାର୍ଯ୍ୟ ପୁର୍ଣାଙ୍ଗ କରାଯାଇ ଗତଦୁଇବର୍ଷ ହେବ ନନ୍ଦନକାନନକୁ ହସ୍ତାନ୍ତର କରାଯାଇଥିଲା । ଗତବର୍ଷେହେବ ଏହାର ଟେଣ୍ଡର ପ୍ରକିୟା ମଧ୍ୟ ନନ୍ଦନକାନନ ପକ୍ଷରୁ କାରଯାଇଥିଲେ ଉଦଘାଟନ ହୋଇନଥିବାରୁ ବ୍ୟବହାର ନକାରଯାଇ ତାଲାପକାଯାଇ ରଖାଯାଇଥିଲା । ଏବେ ମୁଖ୍ୟନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯିବାର ଜଣାପଡିବାପରେ ମଙ୍ଗଳବାର ସନ୍ଧ୍ୟାରେ ଜଙ୍ଗଲମନ୍ତ୍ରୀ ବିକ୍ରମକେଶରୀଆରୁଖ ନନ୍ଦନକାନନ ଆସି ନବନିର୍ମିତ ବହୁତଳଗାଡିରହଣୀସ୍ଥଳ କୁ ଯାଇଅନୁଧ୍ୟାନ କରିଫେରିଛନ୍ତି ।ଏହାପରେ ଗେଷ୍ଟହାଉସକୁ ଯାଇ ନନ୍ଦନକାନନରେ ଦେଖାଦେଇଥିବା ବିଭିର୍ଣ ସମସ୍ୟା ଉପରେ ଆଲୋଚନା ମଧ୍ୟ କରିଛନ୍ତି ।ସଫାରୀରେ ଚୁକ୍ତିକୁ ଖିଲାପ କରାଯାଇ ୩ବର୍ଷର ବୟସରୁ ଉର୍ଦ୍ଧ ବୟସର ଗାଡିଚାଲିବା ,କାଗଜପତ୍ର ସଠିକନଥିବା,ପର୍ଯ୍ୟଟକମାନଙ୍କୁ ଆକ୍ରମଣ ଆଦି ବିଷୟରେ ଅଲୋଚନା କରି ତୁରନ୍ତ ପଦକ୍ଷପନେବା ପାଇଁ ନିର୍ଦ୍ଦେଶ ଦେବା ସହ ଏହିଭଳି ଘଟଣାର ପୁନାରବୃତି ନହେବାକୁ ତାଗିଦ କରିଥିବାର ଜଣାପଡିଛି ।ମନ୍ତ୍ରୀ ପ୍ରାୟ ୧ଘଂଟକାଳ ନନ୍ଦନକାନନରେ ରହି ବିଭିର୍ଣ କାର୍ଯ୍ୟର ସମିକ୍ଷା କରିଥିବାର ଜଣାପଡିଛି ।

 

Leave A Reply

Your email address will not be published.