ଶୁଣିଲେନି ପ୍ରଶାସନ !

ରାସ୍ତାକାମ କଲେ ଯୁବଗୋଷ୍ଠୀ

କଟକ, ୨୭।୭(ଏସଏସନିଉଜ) କୁହ୍ନେଇଁପଡ଼ା ଗ୍ରାମପଞ୍ଚାୟତର ପାଟପୁର ଶଅରସାହିର ମୁଖ୍ୟ ରାସ୍ତାକୁ ରବିବାର ଦିନ ମରାମତି କରୁଛନ୍ତି ସ୍ଥାନୀୟ ଯୁବଗୋଷ୍ଠୀ। ପ୍ରକାଶଯେ, ପାଟପୁର ଶଅର ସାହିର ମୁଖ୍ୟରାସ୍ତାଟି ଦୀର୍ଘବର୍ଷ ହେବ ଖାଲଖମାରେ ପରିପୂର୍ଣ ହୋଇ ଯାତାୟତରେ ବାଧା ସୃଷ୍ଟି କରୁଥିଲା।ପର୍ଯ୍ୟାୟ କ୍ରମେକୈାଣସି ମରାମତି କାର୍ଯ୍ୟ କରାଯାଉନଥିବାରୁ ରାସ୍ତାଟି ର ଅବସ୍ଥା ସୋଚନୀୟ ହୋଇ ପଡ଼ିଥିଲା। ଗ୍ରାମବାସୀମାନେ ବିଭିନ୍ନ ସମୟରେ ବହୁବାର ଲୋକ ପ୍ରତିନିଧିମାନଙ୍କଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ରାସ୍ତାର ଅବସ୍ଥା ବଦଳି ପାରିନଥିଲା।ତେଣୁ ବାଧ୍ୟ ହୋଇ ଗ୍ରାମର ଯୁବକମାନେ ଏକାଠି ହୋଇ ରାସ୍ତାର ଅବସ୍ଥା ବଦଳାଇବାକୁ ନିଜେ କାମ କରିଥିଲେ।ରବିବାର ସକାଳୁ ଗ୍ରାମର ଯୁବକମାନେ ଏକାଠି ହୋଇ ଟ୍ରାକ୍ଟର ରେ ମାଟିଆଣି ଖାଲଖମା ହୋଇଥିବା ରାସ୍ତାକୁ ସମତୁଲ କରିଥିଲେ।ଏହାସହ ମୁଖ୍ୟରାସ୍ତାରେ ଜମି ରହୁଥିବା ବର୍ଷାପାଣି ନିଷ୍କାସନ କରିବାର ବ୍ୟବସ୍ଥା ମଧ୍ୟ କରିଥିଲେ। ପାଟପୁର ଶଅରସାହିର ଯୁବ ଗୋଷ୍ଠୀଙ୍କ ଏଭଳି କାର୍ଯ୍ୟକୁ ନେଇ ସମସ୍ତେ ପ୍ରଶଂସା କରୁଛନ୍ତି।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.