ସୁପ୍ରିମକୋର୍ଟରେ ଘୁଞ୍ଚିଲା ରାଜସ୍ଥାନ ରାଜନୀତି ମାମଲାର ଶୁଣାଣି

0 258

ନୂଆଦିଲ୍ଲୀ୨୩/୭ (ଏସଏସନିୟୁଜ)ସୁପ୍ରିମକୋର୍ଟରେ ରାଜସ୍ଥାନ ରାଜନୀତି ମାମଲାର ଶୁଣାଣି ଘୁଞ୍ଚିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବାଚସ୍ପତି । ଆସନ୍ତାକାଲି ୧୯ ବିଧାୟକଙ୍କ ଆବେଦନର ରାୟ ଶୁଣାଇବେ ରାଜସ୍ଥାନ ହାଇକୋର୍ଟ । ଏହାସହ ଜୁଲାଇ ୨୭ରେ ସୁପ୍ରିମକୋର୍ଟରେ ବାଚସ୍ପତିଙ୍କ ଆବେଦନର ଶୁଣାଣି ହେବ ବୋଲି ସୂଚନା ମିଳିଛି । ସଚିନ ପାଇଲଟଙ୍କ ସମେତ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ନୋଟିସ ମିଳିଥିଲା । ବାଚସ୍ପତିଙ୍କ ଏହି ନୋଟିସ ବିରୋଧରେ ହାଇକୋର୍ଟ ଯାଇଥିଲେ ବିଧାୟକ । କାରଣ ୨୪ଯାଏଁ ୧୯ ବିଧାୟକଙ୍କ ବିରୋଧରେ ପଦକ୍ଷେପ ନନେବାକୁ ନିର୍ଦ୍ଦେଶ ଥିଲା । ପରେ ଏହି ମାମଲାରେ ହାଇକୋର୍ଟଙ୍କ ହସ୍ତକ୍ଷେପ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ବାଚସ୍ପତି

Leave A Reply

Your email address will not be published.