ସୁସ୍ଥ ପରିବେଷ ପାଇଁ ବୃକ୍ଷରୋପଣ ନିହାତି ଆବଶ୍ୟକ

0 227

ଡେଲାଙ୍ଗ,୮/୭(ଏସ.ଏସ.ନିୟୁଜ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କବିପ୍ରସନ୍ନପାଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୧ ତମ ବନମହୋତ୍ସବ ଉପଲେକ୍ଷ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପରିବେଶବିତ୍ ତଥା ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ଅପର୍ତି ମହାପାତ୍ର ଯୋଗଦେଇ ବୃକ୍ଷରୋପଣ ଉପକାରିତା ସମ୍ପର୍କରେ ଆଲୋକପାତ କରିବା ସହିତ ସୁସ୍ଥ ପରିବେଶ ପାଇଁ ପ୍ରତ୍ୟେକ ବୃକ୍ଷରୋପଣ କରିବା ନିହାତି ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରକେରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମିଟୁକିଶୋର ପ୍ରଧାନ,ବିଦ୍ୟାଳୟ ପରିଚାଳନା କମିଟି ଉପଦେଷ୍ଟା ଜଟାଧାରୀ ପରିଡା,ପରିଚାଳନା କମିଟିର ପୂର୍ବତନ ସଭାପତି ଗୟାଧର ପରିଡାପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷାରେ ବୃକ୍ଷର ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଷ ବଳିୟାରସିଂହ ,ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା,ପ୍ରବୀର ମହାପାତ୍ର,,ଅଜିତ ରାୟ,ଶୁଶିଲ ମୁକୁଟ ମଣି,ଚିତରଂନ ସ୍ୱାଇଁ ,ପୁଷ୍ପରାଜ ପ୍ରଧାନ,ସୁକାନ୍ତ ବିଶ୍ୱାଳ ,ବିଚିତ୍ରାନନ୍ଦ ଦଳାଇ,ଶିକ୍ଷୟତ୍ରୀ ବଜୟନ୍ତୀମାଳା ହରିଚନ୍ଦନ,ପୁରାତନ ଛାତ୍ର ସଂସଦ ସମ୍ପାଦକ ତ୍ରୀନାଥ ପରିଡା,ସହଯୋଗରେ ଲିମ୍ବ,ବଉଳ,ଦେବଦାରୁ ଆଦି ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା ।

Leave A Reply

Your email address will not be published.