ଟାଟା ଟେକିଦେଲା ହାତ

0 415

ଖବର ଆଜିର,ତାରିଖ ୦୨-୧୨-୨୦ ବୁଧବାର ।
୧-ଲଗାତାର ଦ୍ଵିତୀୟ ସିରିଜ୍‌ରେ କ୍ଲିନ୍ ସୁଇପ୍‌ରୁ ବଞ୍ଚିବା ପାଇଁ ଆଜି ପଡିଆକୁ ଓହ୍ଲାଇବ ବିରାଟ ବାହିନୀ ।
୨-କରୋନା ଟିକା ପାଇଁ ଗଠନ ହେଲା ବ୍ଲକ୍ ଟାସ୍କଫୋର୍ସ, କମିଟିର ଅଧ୍ୟକ୍ଷ ରହିବେ ବିଡିଓ ।
୩-କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ ସମସ୍ତଙ୍କୁ ମିଳିବନି କରୋନା ଟିକା ।
୪-ସେରମ୍ ଇନଷ୍ଟିଚ୍ୟୁଟର ବଡ଼ ଦାବି । କୋଭିସିଲ୍ଡ ଟୀକା ସୁରକ୍ଷିତ ଏବଂ ପ୍ରତିରୋଧକଶକ୍ତି ଯୁକ୍ତ ।
୫-କୃଷକ ଆନ୍ଦୋଳନ ଯୋଗୁଁ ଦିନକୁ କ୍ଷତି ହେଉଛି ୧୫୦ କୋଟି ଟଙ୍କା ।
୬-ନଭେମ୍ବର ୨୦୨୦ରେ ମୋଟ ୧, ୦୪, ୯୬୩ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ- ପୂର୍ବବର୍ଷ ଏହି ଅବଧି ତୁଳନାରେ ଜିଏସଟି ସଂଗ୍ରହ ୧.୪% ବୃଦ୍ଧି ।
୭-ଟାଟା ଟେକିଦେଲା ହାତ : କମ୍ପାନୀର ସ୍ପଷ୍ଟୀକରଣ, ଟାଟା ମୋଟର୍ସରେ ଚାକିରି କରିନଥିଲେ ଆକାଶ ପାଠକ । ଓଡ଼ିଶାର ୫ଟି ସ୍ଥାନରେ ‘ପାଠକ’ ଭଣ୍ଡାର ଖୋଳିଲା ଭିଜିଲାନ୍ସ ।
୮-ପାଠକଙ୍କ ବିରୋଧରେ ଏତଲା ଦେଲା ଟ୍ରାଭେଲ୍ ଏଜେନ୍ସି ସ୍କାଏ କିଙ୍ଗ୍‌: ୬୫ ଲକ୍ଷ ଟଙ୍କା ବାକି ରଖିଛି ଆକାଶ ପାଠକ, ପୁଣି ହତ୍ୟା ଧମକ ।
୯-ପୁରୀ ହାଜତ ମୃତ୍ୟୁକୁ ସରକାରଙ୍କ ଅସ୍ବୀକାର, ହାଇକୋର୍ଟରେ ଆବେଦନକାରୀଙ୍କ ପ୍ରତିଜବାବ ଦାଖଲ ।
୧୦-ପରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ଆରମ୍ଭ । ନୟାଗଡ ଯଦୁପୁରରେ ପହଁଚି ଛାନଭିନ୍ କଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।
୧୧-ଗହୀରମଥାରେ ଚାଲିଛି ମାଛ କେଳେଙ୍କାରୀ । ବନ ଅଧିକାରୀ ହେଉଛନ୍ତି ମାଲାମାଲ, ଜବତ ହେଲା  ୧୬ କ୍ୱିଣ୍ଟାଲ, ସିଜର ଲିଷ୍ଟରେ ମାତ୍ର ୨  କ୍ୱିଣ୍ଟାଲ  । 
୧୨-ଭିଜିଲାନ୍ସ ଖୋଲିଲା ପାଠକ ପେଡି । ଆକାଶଙ୍କ ଆକାଉଣ୍ଟରେ ଅଛି ୧୪.୭୭ କୋଟି, ଅନ୍ୟ ସୂତ୍ରରୁ ଆସିଛି ୫.୨୯ କୋଟି ଟଙ୍କା ।
୧୩-ଭାରତର କରୋନା ସକ୍ରିୟ ମାମଲା ୪.୩୫ ଲକ୍ଷକୁ ହ୍ରାସ- ଦୈନିକ ସୁସ୍ଥ ସଂଖ୍ୟା ନୂଆ ମାମଲା ଠାରୁ ଅଧିକ ।
୧୪-୫-ଟିରେ ଓଏମ୍‌ସିର ୨ ଅନ୍‌ଲାଇନ୍ ସେବା: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ .।
୧୫-କୋଣାର୍କ ମହୋତ୍ସବ ଉଦ୍‌ଘାଟିତ: ଭିଡ଼ିଓ କନଫରନେସିଂରେ ମୁଖ୍ୟମନ୍ତ୍ରୀ କଲେ ଉଦ୍‌ଘାଟନ ।
୧୬-ଚାଇନିଜ୍ ଓ ଋଷୀୟ ଭାଷାରେ ବିଶିଷ୍ଟ କଥାକାର ମନୋଜ ଦାସଙ୍କ କାହାଣୀ । ଦେଶର ୧୦ ଜଣ ଲେଖକଙ୍କ କୃତି ମଧ୍ୟରେ ସ୍ଥାନ ପାଇଲା ମନୋଜ ଦାସଙ୍କ କାଳଜୟୀ କୃତି ।

 

Leave A Reply

Your email address will not be published.