ଥାନାରେ ଅଭିଯୋଗ କରିବା ପାଇ ନୂଆ ଗାଇଡଲାଇନ

0 308

ଭୁବନେଶ୍ୱର,୨୮/୭(ଏସଏସନିୟୁଜ) କରୋନା ପାଇ ଲୋକେ କିପରି ଅଭିଯୋଗ କରିବେ ସେନେଇ ଗାଇଡଲାଇନ ଜାରି କରିଛନ୍ତି ଡିଜିପି ଅଭୟ।ଏହି ଗାଇଡଲାଇନ ଅନୁଯାୟୀ, ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍ ରହିବ। ଫେସବୁକ, ଟ୍ୱିଟରରେ କଣ୍ଟ୍ରୋଲ ରୁମ୍ ନମ୍ବର ଦିଆଯିବ। ପ୍ରତି ଥାନା ସେମାନଙ୍କ ଲ୍ୟାଣ୍ଡଲାଇନ ନମ୍ବର ସୋସିଆଲ ମିଡିଆରେ ଦେବେ ବୋଲି ନିର୍ଦ୍ଦେଶ ରହିଛି। ଥାନାକୁ ନ ଯାଇ ଫୋନ କିମ୍ବା ଇ-ମେଲ୍ ଜରିଆରେ ମଧ୍ୟ ଲୋକେ ଅଭିଯୋଗ କରିପାରିବେ। ଏସପି ଓ ଡିଏସପି ଏହି ଅଭିଯୋଗର ତଦାରଖ କରିବେ। ଡିଆଇଜି, ଏସପି ଓ ଡିଏସପିଙ୍କ ଅଫିସ ମୁଖ୍ୟ ଫାଟକରେ ଫୋନ ନମ୍ବରଗୁଡ଼ିକ ଡିସପ୍ଲେ କରାଯିବ। ଏଥିସହ ମୁଖ୍ୟ ଫାଟକରେ ଅଭିଯୋଗ ବାକ୍ସ ରଖାଯିବ। ଲୋକେ ସେମାନଙ୍କ ଅଭିଯୋଗ ଏହି ବାକ୍ସରେ ମଧ୍ୟ ପକାଇପାରିବେ ।ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବା ପାଇଁ କୁହାଯିବ ବୋଲି ଡିଜିପି ଅଭୟ କରିଥିବା ଗାଇଡଲାଇନ ରେ ଉଲେଖ କରିଛନ୍ତି ।

Leave A Reply

Your email address will not be published.