ରାମ ମନ୍ଦିର ନିର୍ମାଣ ପାଇଁ ଲିଙ୍ଗରାଜ ମନ୍ଦିର ପରିସରରୁ ଗଲା ମାଟି

0 231

ଭୁବନେଶ୍ୱର, ୨୮/୭ (ଏସଏସନିଉଜ)ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଲାଗି ସମସ୍ତ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଆଗାମୀ ଅଗଷ୍ଟ ୫ ତାରିଖରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଏଥିପାଇଁ ଭାରତର ସମସ୍ତ ପ୍ରମୁଖ ତୀର୍ଥ ସ୍ଥଳରୁ ପବିତ୍ର ମାଟି ଏବଂ ତୀର୍ଥ ଜଳ ଆହ୍ୱାନ କରାଯାଇଛି । ଏହି କ୍ରମରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ବିଶ୍ୱ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ପରିସରରୁ ମାଟି ଓ ପବିତ୍ର ଜଳ ସଂଗ୍ରହ କରାଯାଇ ଅଯୋଧ୍ୟାକୁ ପ୍ରେରିତ କରାଯାଇଛି । ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ସାଂସ୍କୃତିକ ଐତିହ୍ୟକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ଏହି ପ୍ରୟାସକୁ ସଙ୍ଗଠନ ସମ୍ପାଦକ ଶରତ ମହାପାତ୍ର ଦୂରଦୃଷ୍ଟିପୂର୍ଣ୍ଣ ବୋଲି କହିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ନାରାୟଣ ତ୍ରିପାଠୀ, ବିଶେଷ ଚୈତନ୍ୟ ମହାରାଜ, ଚିତ୍ତରଞ୍ଜନ ମହାପାତ୍ର, ସ୍ବର୍ଣ୍ଣେଶ୍ବର ମୁଦୁଲି, ଦୀନବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ । ସେବାୟତମାନଙ୍କ ଦ୍ୱାରା ବିଧିପୂର୍ବକ ଭୂମି ପୂଜନ ପରେ ମାଟି ଏବଂ ଜଳ ସଂଗ୍ରହ କରି ଡାକଯୋଗେ ଅଯୋଧ୍ୟା ପଠାଇ ଦିଆଯାଇଥିଲା ।

Leave A Reply

Your email address will not be published.