ଟିକ୍ ଟକରେ ପ୍ରେମ ପଡିଲା ମହଙ୍ଗା:ବନ୍ଧା ହେଲା ଯୁବକ

0 292

ଚନ୍ଦକା:୯/୭(ଏସଏସଏନ୍) ଜଣେ ଯୁବକ କୁ ଟିକ୍ ଟକ ରେ ପ୍ରେମ କରି ମହିଳା କୁ ବିବାହ କରିବା ମହଙ୍ଗା ପଡିଛି । ଏଭଳି ଦେଖିବାକୁ ମିଳିଛି ଚନ୍ଦକା ଥାନା ଅଞ୍ଚଳରେ । ପ୍ରକାସ ଯେ , ଉକ୍ତ ଥାନା ଅଧିନରେ ରହିଥିବା ଦାରୁଠେଙ୍ଗ ଗ୍ରାମରେ ଭଡାଘରେ ରହୁଥିଲେ ଧର୍ମଶାଳା ଅଞ୍ଚଳର ଜଣେ ଯୁବକ । ସେ ଚିକ୍ ଟକ ରେ ଜଣେ ମହିଳାଙ୍କୁ ଦେଖି ତାଙ୍କ ପ୍ରେମରେ ପଡିଯାଇଥିଲେ ।ହେଲେ ଯୁବକ ଜାଣିନଥିଲା ମହିଳା ଜଣକ ବିବାହିତା । ପ୍ରେମରେ ଅନ୍ଧ ହୋଇ ପ୍ରେମିକାରୁ ଆଣିବାକୁ ବାହାରିଥିଲେ । ଜାଣିବାକୁ ପାଇଥିଲେ ପ୍ରେମିକା ର ଘର ରାଜସ୍ଥାନ । ଜାଣିବା ପରେ ରାଜସ୍ଥାନ ଯାଇଥିଲେ ଯୁବକ । ଶେଷରେ ସବୁ କିଛି ଭୁଲିଯାଇ ପ୍ରେମିକାକୁ ରାଜସ୍ଥାନ ରୁ ଓଡିଶା ନେଇଆସିଥିଲେ ।  ମହିଳାଙ୍କ ସ୍ବାମି ରାଜସ୍ଥାନର ଏକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିର୍ତ୍ତି କରି ମୋବାଇଲ ନମ୍ବର ଟ୍ରେସ୍ କରି ପୋଲିସ ପ୍ରେମୀ ଯୁଗଳକୁ ଠାବ କରି ଚନ୍ଦକା ଥାନାରେ ପହଁଚିଥିଲେ । ଚନ୍ଦକା ପୋଲିସ ଗୁପୁବାର ଦିନ ଉଭୟ ପ୍ରେମୀ ଯୁଗଳକୁ ଥାନା କୁ ଆଣି ମହିଳାଙ୍କ ସ୍ବାମିଙ୍କ ଉପସ୍ଥିତିରେ ପଚରାଉଚରା ଜାରି ରଖି ସମସ୍ତଙ୍କୁ କ୍ବାରେଟାଇନ୍ ରେ ଛାଡିଥିବାର ଜଣାପଡିଛି ।

Leave A Reply

Your email address will not be published.