ଟିକା ନେବାକୁ ଦ୍ୱନ୍ଦ୍ୱରେ ନେତା

ଖବର ଆଜିର,ତାରିଖ ୦୮-୦୧-୨୦୨୧ ଶୁକ୍ରବାର

0 709

୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ପାଇଁ ଧମକ ପୂର୍ଣ୍ଣ ବେନାମୀ ଚିଠି
୨-ଆଜିଠାରୁ ଖୋଲିବ ସ୍କୁଲ । କୋଭିଡ୍ କଟକଣା ଭିତରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଆରମ୍ଭ ହେବ ପାଠପଢ଼ା ।
୩-ଓଡ଼ିଶାର ପଡ଼ୋଶୀ ପଶ୍ଚିମବଙ୍ଗ, ଛତିଶଗଡ଼ରେ ବଢୁଛି କରୋନାର ବ୍ରିଟେନ ଷ୍ଟ୍ରେନ, ସତର୍କ ରହିବାକୁ କେନ୍ଦ୍ରର ନିର୍ଦ୍ଦେଶ ।
୪-ଦିଲ୍ଲୀରେ ତେଜୁଛି ଚାଷୀ ଆନ୍ଦୋଳନ । ଗାଜିପୁରରୁ ପଲବଲ ଯାଏଁ ଟ୍ରାକ୍ଟର ରାଲିରେ ଚାଷୀଙ୍କ ଶକ୍ତି ପ୍ରଦର୍ଶନ, ୨୬ ଜାନୁଆରୀରେ ବିଶାଳ ଟ୍ରାକ୍ଟର ରାଲିର ମଙ୍ଗ ଧରିବେ ମହିଳା ।
୫-ରକ୍ତାକ୍ତ ସଂଘର୍ଷ ଭିତରେ ଟ୍ରମ୍ପ ଶାସନର ଅବସାନ । ଶେଷରେ ହାର ମାନିଲେ ଟ୍ରମ୍ପ । କହିଲେ, ଜାନୁୟାରୀ ୨୦ରେ ହସ୍ତାନ୍ତର ହେବ କ୍ଷମତା ।
୬-‘୭ ବର୍ଷ ସୁଦ୍ଧା ଓଡ଼ିଶାରେ ୩୦ ହଜାର କୋଟି ନିବେଶ କରିବ ନାଲକୋ’
୭-ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ; ଓଏମସିକୁ ୨ଟି ଓ ଓଏମଇସିକୁ ମିଳିବ ଗୋଟିଏ ଲୁହାପଥର ଖଣି ।
୮-ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କ ହତ୍ୟା ମାମଲା : ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫଦାରୀ ଓ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି ।
୯-୧୧ ହଜାର ନମୁନା ପରୀକ୍ଷା: ଓଡ଼ିଶାରେ ନାହିଁ ବାର୍ଡଫ୍ଲୁ, ଚିକେନ‌-ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ ।
୧୦-ଟାଟା ପାୱାର ହେଲା ସାଉଥକୋ ଓ ୱେସ୍କୋର ୫୧% ମାଲିକ ।
୧୧-ହ୍ବାଟ୍ସଆପ୍ ଆଣିଲା ନୂଆ ସର୍ତ୍ତାବଳୀ, ସ୍ବୀକାର ନ କଲେ ଆକାଉଣ୍ଟ ବନ୍ଦ।
୧୨-କାର ଡିଜାଇନର୍ ଦିଲୀପ ଛାବ୍ରିଆଙ୍କ ଦ୍ବାରା ୫.୫କୋଟି ଟଙ୍କାର ଠକାମିର ଶିକାର ହୋଇଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା ।
୧୩-ଗୋଟିଏ ଦିନ ପୂର୍ବରୁ ରିଲିଜ୍ ହେଲା କଏୠ ୨ର ଟିଜର, ଦମଦାର ଅନ୍ଦାଜରେ ପରଦାକୁ ଫେରିଲେ ରକି ।
୧୪-୧୧ରୁ ଖୋଲିବ ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜ ।
୧୫-ସିଭିଲ୍ ସର୍ଭିସ୍‌ରେ ଜାମ୍ମୁ-କାଶ୍ମୀର କ୍ୟାଡର ସମାପ୍ତ କଲେ କେନ୍ଦ୍ର ସରକାର, ଜାରି କଲେ ନୂତନ ଆଦେଶ ।
୧୬-ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଠାରୁ ୧.୫ ମିଲିୟନ କୋଭିସିଲ୍ଡ ଭ୍ୟାକସିନ ନେବ ଦକ୍ଷିଣ ଆଫ୍ରିକା ।
୧୭-ଟିକା ନେବାକୁ ଦ୍ୱନ୍ଦ୍ୱରେ ନେତା: କଂଗ୍ରେସ ବିଧାୟକ କହିଲେ; ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନିଅନ୍ତୁ ଟିକା ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.