ଟିକିବାବାଙ୍କୁ ଡ଼ା. ଆମ୍ବେଦକର ବିଶିଷ୍ଟ ସେବା ଜାତୀୟ ପୁରସ୍କାର

ଭୁବନେଶ୍ୱର,୧୪।୧୨(ଏସଏସନିଉଜ)ଓଡ଼ିଶା ପାଇଁ ଗର୍ବ ଏବଂ ଦେଶ ପାଇଁ ପ୍ରେରଣା ସ୍ୱର, ଡ଼ା. ଶ୍ରୀ ଶ୍ରୀ ଶ୍ରୀ ଟିକି ବାବାଙ୍କୁ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀ ପକ୍ଷରୁ ପ୍ରତିଷ୍ଠିତ ଡ଼ା. ଆମ୍ବେଦକର ବିଶିଷ୍ଟ ସେବା ଜାତୀୟ ପୁରସ୍କାର–୨୦୨୫ରେ ସମ୍ମାନିତ କରାଯାଇଛି।ଏହି ଜାତୀୟ ସମ୍ମାନ ଡ଼ା. ଟିକି ବାବାଙ୍କ ଆଜୀବନ ନିଷ୍ଠାପୂର୍ଣ୍ଣ ସାମାଜିକ ସେବା, ସାଂସ୍କୃତିକ ଜାଗରଣ ଏବଂ ସାହିତ୍ୟିକ ଅବଦାନ ପାଇଁ ପ୍ରଦାନ କରାଯାଇଛି। ଦଳିତ, ଆଦିବାସୀ, ଶୋଷିତ ଓ ଅବହେଳିତ ସମାଜର ଅଧିକାର ସୁରକ୍ଷା ଓ ଉନ୍ନତି ପାଇଁ ତାଙ୍କର ଅବିରତ ସଂଘର୍ଷ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି।
ସମ୍ମାନପତ୍ରରେ ସାମାଜିକ ବିଷମତା ଓ ଅନ୍ୟାୟ ବିରୋଧରେ ଡ଼ା. ଟିକି ବାବାଙ୍କ ନିର୍ଭୀକ ଭୂମିକା, ତଥା ସମତା, ମାନବ ମର୍ଯ୍ୟାଦା, ସାମାଜିକ ନ୍ୟାୟ ଓ ଭାତୃତ୍ୱ ମୂଲ୍ୟବୋଧ ପ୍ରତି ତାଙ୍କର ଅତୁଟ ଆସ୍ଥାକୁ ଉଚ୍ଚ ପ୍ରଶଂସା କରାଯାଇଛି।
ଏହି ସମ୍ମାନଜନକ ପୁରସ୍କାର ଡ଼ା. ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ର, ନୂଆଦିଲ୍ଲୀର ଆର୍ତ୍ତି ଜାତୀୟ ସମ୍ମିଳନୀ ହଲ୍ ରେ ଆୟୋଜିତ ଏକ ଗରିମାମୟ ସମାରୋହରେ, ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ଜାତୀୟ ଅଧ୍ୟକ୍ଷ ଡ଼ା.ସୋହନ ଲାଲ ସୁମନlକ୍ଷର ନେତୃତ୍ୱରେ ପ୍ରଦାନ କରାଯାଇଥିଲା।
ଏହି ଐତିହାସିକ ସଫଳତା ଉପଲକ୍ଷେ ଓଡ଼ିଶା ବିଶ୍ୱlବସୁ ସବର ସମାଜ, ଭାରତୀୟ ଆଦିବାସୀ ମହାସଭା ପକ୍ଷରୁ ଡ଼ା. ଶ୍ରୀଶ୍ରୀ ଟିକିବାବାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ ଭାରତୀୟ ଆଦିବାସୀ ମହାସଂଘ ମଧ୍ୟ ଶ୍ରୀ ଶ୍ରୀଶ୍ରୀ ଟିକି ବାବାଜୀଙ୍କୁ ଏହି ମହାନ ଜାତୀୟ ସମ୍ମାନ ପାଇଁ ଅଭିନନ୍ଦନ ଜଣାଇ, ଏହାକୁ ସମଗ୍ର ଆଦିବାସୀ ସମାଜ ପାଇଁ ଗର୍ବ ଗୌରବ ବୋଲି ଉଲ୍ଲେଖ କରିଛି।ସମଗ୍ର ଓଡ଼ିଶା ଓ ଦେଶବ୍ୟାପୀ ସାମାଜିକ ସଂଗଠନ, ବୁଦ୍ଧିଜୀବୀ ଓ ଶୁଭଚିନ୍ତକମାନେ ଏହି ସମ୍ମାନକୁ ସେବା, ତ୍ୟାଗ ଓ ସାମାଜିକ ମୁକ୍ତି ପାଇଁ ନିବେଦିତ ଜୀବନର ଏକ ଯଥାର୍ଥ ଓ ଗୌରବମୟ ସ୍ୱୀକୃତି ବୋଲି ଅଭିହିତ କରିଛନ୍ତି।

- Advertisement -

Leave A Reply

Your email address will not be published.