ଟ୍ରାକ୍ଟର ନେଲା ଜୀବନ

ବାରଙ୍ଗ, ୨୯।୬(ଏସଏସନିଉଜ) ବେଲଗଛିଆ ଗ୍ରାମ ନିକଟରେ ଦୃତଗତିରେ ଆସୁଥିବା ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ଚାଳକଙ୍କର ମୃତ୍ୟୁ ଘଟିଛି।
ପ୍ରକାଶଯେ, ରବିବାର ଅପରାହ୍ନରେ ବେଲଗଛିଆ ଗ୍ରାମର ସୁମନ୍ତ ରାଉତ ନାମକ ଯୁବକ ଟ୍ରାକ୍ଟର ନେଇ ଘରକୁ ଫେରିବା ସମୟରେ ଗ୍ରାମ ନିକଟରେ କୁଆଖାଇ ନଦୀବନ୍ଧ ରାସ୍ତାରେ ଦୃତଗତିରେ ଯାଉଥିଲା।ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଗାଡ଼ିକୁ ଅତିକ୍ରମ କରୁଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ନଦୀବନ୍ଧ କଡକୁ ଓଲଟି ପଡ଼ିଥିଲା।ଯାହାଫଳରେ ସୁମନ୍ତକୁ ଘଟଣାସ୍ଥଳରୁ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଚିକିତ୍ସାପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରେ ଡ଼ାକ୍ତର ସୁମନ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏସଂପର୍କରେ ବାରଙ୍ଗଥାନା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.