ଭୁବନେଶ୍ୱର, ୦୨/୦୫(ଏସ ଏସ ନିୟୁଜ)ଚରମ୍ପା ଷ୍ଟେସନ୍ରୁ ଏକ ଅଟୋରେ ଦୁଇଟି ଟ୍ରଲି ବ୍ୟାଗ୍ ଚୋରାରେ ଗଞ୍ଜେଇ ଯାଉଥିବା ବେଳେ ଭଦ୍ରକ ସହରାଞ୍ଚଳ ପୋଲିସ ହାତରେ ଧରା ପଡିଛି।ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।
ପ୍ରକାଶ ଯେ,ଚରମ୍ପା ଷ୍ଟେସନ୍ରୁ ଦୁଇ ଟ୍ରଲିବ୍ୟାଗ୍ ନେଇ ଆସିଥିବା ଜଣେ ଯାତ୍ରୀ ଅଟୋରେ ବାହାରିଥିଲେ । କୌଣସି ସୂତ୍ରରୁ ଉକ୍ତ ଟ୍ରଲି ବ୍ୟାଗ୍ରେ ଗଞ୍ଜେଇ ଥିବା ନେଇ ପୋଲିସ ଜାଣିପାରି ଅଟୋକୁ ବାଇକ ଯୋଗେପିଛା କରିଥିଲା।ପୋଲିସ ବାଇକ୍ରେ ପିଛା କରିବାରୁ ଅଟୋଟି ସହର ଭିତରେ ଘୁରି ବୁଲି ଶେଷରେ ବାଇପାସ ନିକଟରେ ଧରା ପଡ଼ିଥିଲା।ପୋଲିସ ଅଟୋକୁ ଯାଞ୍ଚ କରି ପ୍ରାୟ ୧୮ ରୁ ୨୦ କିଲୋ ଭଳି ଗଞ୍ଜେଇ ଥିବା ଦୁଇ ଟ୍ରଲି ବ୍ୟାଗ୍ କୁ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।
Prev Post
