ଉଦ୍‌ଯାପିତ ହେଲା ରୁଦ୍ରମହାଯଜ୍ଞ

0 193

ଚୈାଦ୍ୱାର,୧୪/୬(ଏସଏସନିଉଜ)ଓଟିଏମ କଲୋନୀରେ ଥିବା ଶ୍ରୀଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ବିଜେସ୍ଥଳୀରେ ସବୁବର୍ଷ ଭଳି ଚଳିତବର୍ଷ ୧୧ତମ ବାର୍ଷକ ରୁଦ୍ର ମହାଯଜ୍ଞ ପହିଲିରଜଦିନ ଉଦଯାପିତ ହୋଇଯାଇଛି ।୬ଦିନଧରି ଚାଲିଥିବା ଏହି ଯଜ୍ଞସ୍‌ବର ପ୍ରଥମଦିନ ଅର୍ଥାତ ଗୁରୁବାରଦିନ ଅଙ୍କୁରାରୋପଣ, ଦେବତାଗର୍ଭଧାନ ସଂସ୍କାର ,ଶୁକ୍ରବାରଦିନ ଜଳସାଧିବାସ,ଯଜ୍ଞାରମ୍ଭ ହୋଇଥିଲା । ବିଶ୍ୱର କଲ୍ୟାଣପାଇଁ ଆରମ୍ଭ ହୋଇଥିବା ଏହି ମହାଯଜ୍ଞ ଦେବସ୍ନାନ ପୁର୍ଣୀମାଦିନ ପୁର୍ଣାହୁତି ହୋଇଥିଲା ।ରୁଦ୍ରକୃପା ଉଦ୍ଦେଶ୍ୟରେ ଏଥିରେ ଆଖାପାଖ ଅଂଚଳର ଶହଶହ ନରନାରୀ ଯୋଗଦେଇଥିଲେ ।ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା ।ପୁର୍ଣାହୁତି ଦିନ ଆସିଥିବା ଭକ୍ତମାନଙ୍କପାଇଁ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା ।

Leave A Reply

Your email address will not be published.