Unlock-୫ର ମାର୍ଗଦର୍ଶିକା

0 2,578

ନୂଆଦିଲ୍ଲୀ,୧/୧୦(ସତ୍ୟସନ୍ଧାନ ଡେସ୍କ ) କରୋନା ଭାଇରସ୍ କାରଣରୁ ଦେଶବ୍ୟାପୀ ଲକ୍‌ଡାଉନ୍ ପରେ ଦେଶ ଏବେ ଅନଲକ୍‌ର ପଞ୍ଚମ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛି। ଅକ୍ଟୋବର ୧ରୁ ଆରମ୍ଭ ହେଉଥିବା ଅନଲକ୍‌-୫ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ଵାରା ମାର୍ଗଦର୍ଶିକା ଜାରି କରାଯାଇଛି। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଅନଲକ-୫ରେ ସିନେମାଘର ୫୦ ପ୍ରତିଶତ ସିଟ୍ ସହିତ ଖୋଲିବାକୁ ଅନୁମତି ଦିଆଯାଇଛି।
ଅକ୍ଟୋବର ୧୫ ପରେ ଅନଲକ-୫ରେ ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଏଥିପାଇଁ ଅଭିଭାବକଙ୍କ ସହମତି ଜରୁରୀ। ସ୍ଵିମିଂ ପୁଲ୍ କେବଳ ଖେଳାଳିଙ୍କ ପ୍ରଶିକ୍ଷଣ ପାଇଁ ଖୋଲାଯିବ। ଉଲ୍ଲେଖନୀୟ ଅନଲକ୍-୪ ଆଜି ଶେଷ ହେଉଛି। ଅନଲକ୍‌-୫ର ୧୦ ପ୍ରମୁଖ କଥା।
୧ – କେନ୍ଦ୍ର ସରକାର ଅକ୍ଟୋବର ୧୫ରୁ ସିନେମା ହଲ୍ ଓ ମଲ୍‌ଟିପ୍ଲେକ୍ସ ଖୋଲିବାକୁ ଅନୁମତି ଦେଇଛନ୍ତି। ଏହା ସହିତ କ୍ରୀଡାବିତ୍‌ଙ୍କ ପାଇଁ ସ୍ଵିମିଂ ପୁଲ ମଧ୍ୟ ଖୋଲାଯିବ।
୨ – ଅନଲକ-୫ରେ ମନୋରଞ୍ଜନ ପାର୍କ ଖୋଲିବାକୁ ମଞ୍ଜୁରୀ ମିଳିଛି।
୩ – କେନ୍ଦ୍ର ସରକାର ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି। ଅକ୍ଟୋବର ୧୫ ପରେ ରାଜ୍ୟ ସରକାର ଏହି ସଂଦର୍ଭରେ ନିଷ୍ପତ୍ତି ନେଇ ପାରିବେ। ଏନେଇ ଅଭିଭାବକଙ୍କ ସହମତି ଜରୁରୀ।
୪ – ସାମାଜିକ, ଶିକ୍ଷାନୁଷ୍ଠାନ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ଓ ଅନ୍ୟ କାର‌୍ୟ୍ୟକ୍ରମରେ କେବଳ ୧୦୦ ଲୋକଙ୍କୁ ସାମିଲ କରିବାକୁ ଅନୁମତି ମିଳିବ। କଣ୍ଟେନମେଣ୍ଟ ଜୋନ୍‌ରେ ରହୁଥିବା ଲୋକଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବା ମନା।
୫ – ବିଜନେସ୍ ଟୁ ବିଜନେସ୍ ଏଗଜିବିସନକୁ ଗୃହ ମନ୍ତ୍ରଣାଳୟ ଗାଇଡ୍‌ଲାଇନ୍ ସହିତ ଅନୁମତି ଦେଇଛନ୍ତି।
୬ – ଅନଲକ୍‌-୫ରେ ମଧ୍ୟ କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍ କଡାକଡି ଜାରି ରହିବ।
୭ – ମହାରାଷ୍ଟ୍ରରେ କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍‌ଡାଉନ୍ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢା ଯାଇଛି। କିନ୍ତୁ ଅକ୍ଟୋବର ୫ରୁ ହୋଟେଲ୍, ରେସ୍ତୋରାଁ, ଫୁଡ୍ ପାର୍କ ଓ ବାର୍ ୫୦ ପ୍ରତିଶତ ବସିବା କ୍ଷମତା ସହିତ ଖୋଲାଯାଇ ପାରିବ।
୮ – ଉଚ୍ଚ ଶିକ୍ଷାନୁଷ୍ଠାନରେ କେବଳ ପିଏଚଡି ଓ ବିଜ୍ଞାନ ଓ ଅଦୌଗିକି ବିଷୟରେ ସ୍ନାତକୋତ୍ତର ବିଦ୍ୟାର୍ଥୀଙ୍କ ପାଇଁ ପ୍ରୟୋଗଶାଳା ଓ ଗବେଷଣାତ୍ମକ କାମକୁ ଅନୁମତି ମିଳିବ। ଏସବୁ ଅକ୍ଟୋବର ୧୫ରୁ ଖୋଲିବାକୁ ଅନୁମତି ଦିଆଯାଇଛି।
୯ – କେନ୍ଦ୍ର ସରକାରଙ୍କ ତରଫରୁ ଅନଲକ୍‌-୫ରେ ସ୍ଵିମିଂ ପୁଲ୍ ସାଧାରଣ ଜନତାଙ୍କ ପାଇଁ ଅନୁମତି ନାହିଁ।
୧୦ – ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଉପରେ ପୂର୍ବବତ୍ତ କଟକଣା ଜାରି ରହିବ।

Leave A Reply

Your email address will not be published.