ଭିଜିଲାନ୍ସ ଜାଲରେ ପଡିଲେ ଯନ୍ତ୍ରୀ-କିରାଣି

0 47

ଆସିକା,୧।୩(ଏସଏସନିଉଜ)ଜଣେ ଗାଡ଼ି ମାଲିକଙ୍କ ବକେୟାବିଲ୍‌ ପାସ୍‌ କରିବାପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରପଡିଛନ୍ତିଜଳସମ୍ପଦ ବିଭାଗ ଆସିକା ସିଏଡି ଭିଜିଜନ୍‌-୮ (ସେଚାଞ୍ଚଳ ଉନ୍ନୟନ ଖଣ୍ଡ) ନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଓ କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା।ସେମାନଙ୍କ ନିକଟରୁ ୨୦ହଜାରଟଙ୍କା ଲାଞ୍ଚବାବଦ ଜବତ ‌କରାଯାଇଛି।ଏହାପରେ ଉଭୟଙ୍କ ଅଫିସ ଓ ବାସଭବନ ସମେତ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସର ୫ଟି ଟିମ୍‌ ଚଢ଼ାଉ ଚଳାଇଛନ୍ତି।ଏହାସହ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କେସ୍ ନମ୍ବର ୩/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.