ଭିଜିଲାନ୍ସ ଜାଲରେ କୋଟିପତି ଏଲଆଇ

0 474

କଟକ, ୫/୫(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟିପତି ଏଲଆଇଜଗନ୍ନାଥ ରାଉତ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ପ୍ରାଣୀଧନ ନିରୀକ୍ଷକ (ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର) ଜଗନ୍ନାଥ ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଗୁରୁବାର ଦିନ ଚଢ଼ାଉ ଜାରି ରହିଛି।ଏହି ଚଢଉରେ ୫ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି । କଟକ ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ ଚାଲିଛି । ରାଜଧାନୀ ଉପକଣ୍ଠ ରଘୁନାଥପୁରରେ ୭ ଓ ବାଙ୍କୀରେ, କଳାରାହାଙ୍ଗା ଅଫିସ ସମେତ ମୋଟ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ହୋଇଛି ।ରଘୁନାଥପୁରରେ ଥିବା ରୟାଲ ଲାଗୁନ୍ ଆପାର୍ଟମେଣ୍ଟରେ ଥିବ ଘର, ରଘୁନାଥପୁର ଗ୍ରାମରେ ଥିବାତିନିମହଲା କୋଠା, ରଘୁନାଥପୁର ଗାଁମୁଣ୍ଡଗୋବିନ୍ଦ ଭବନର ପଛପଟେ ଥିବା ତିନିମହଲା କୋଠା, ରଘୁନାଥପୁରରେ ତାଙ୍କର ଦୁଇମହଲା କୋଠା, ରଘୁନାଥପୁର ଶିଖରଚଣ୍ଡି ମନ୍ଦିର ପାଖ ପୋଖରୀକୁଳରେ ଥିବା ଏକମହଲା କୋଠା, ଗ୍ରିନ୍ ଗାର୍ଡେନ୍ ଆପାର୍ଟମେଣ୍ଟରେ ଏକ ଫ୍ଲାଟ, କଳାରାହାଙ୍ଗରେ ଥିବା ପ୍ରାଣୀ ଚିକିତ୍ସା କାର‌୍ୟ୍ୟାଳୟ, ରଘୁନାଥପୁରର ରୟାଲ ଆର୍କେଡରେ ଥିବା ଫ୍ଲାଟ୍, ବାଙ୍କି ଚାରିଘରିଆରେ ଥିବା ଘର ଉପରେ ଚଢ଼ାଉ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ ପ୍ରାଥମିକ ସୂଚନା ଦିଆଯାଇଛି ।

 

Leave A Reply

Your email address will not be published.