ଭିଜିଲାନ୍ସ ଜାଲରେ ବାଲିଅନ୍ତା ତହସିଲଦାର ଓ ଡାଟା ଏଟ୍ରିଂ ଅପରେଟର

0 277

ଭୁବନେଶ୍ୱର,୪/୬(ଏସ୍ଏସ୍ନିୟୁଜ) ଭିଜିଲାନ୍ସ ଜାଲରେ ବାଲିଅନ୍ତା ତହସିଲଦାର ଓ ଅଫିସର ଡାଟା ଏଟ୍ରିଂ ଅପରେଟର । ୧ଲକ୍ଷ୨୦ହଜାରେଟଙ୍କା ଲାଂଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର ଶାସ୍ତ୍ରୀନଗରରେ ରହୁଥିବା କୈଳାସରଥଙ୍କ ଏକ ଜମି ବାଲିଅନ୍ତା ତହସିଲ ଅଧିନରେ ରହିଛି । ଜମିର କିସମ ପରିବର୍ତନପାଇଁ ବହୁବାର ତହସିଲକାର୍ଯ୍ୟାଳୟକୁ ଯାଇ ନିରାଶ ହୋଇଥିଲେ ।ଶେଷରେ ତହସିଲଦାରଙ୍କୁ ୧ଲକ୍ଷ୨୦ହଜାରେ ଟଙ୍କା ଦେବାକୁ ପଡିବାର ମୁଲଚାଲ କରିଥିଲେ ଡାଟା ଏଟ୍ରିଂ ଅପରେଟର ଧନେଶ୍ୱରସାହୁ ।ଏବି ବିଷୟରେ କୈଳାସ ଭୁବନେଶ୍ୱର ଭିଜିଲାନ୍ସରେ ଜଣାଇବାପରେ ଭିଜିଲାନ୍ସ ପକ୍ଷରୁ ଯୋଜନା କରାଯାଇଥିଲା ।ଧାର୍ଯ୍ୟ ସମୟରେ କୈଳାସ ତହସିଲକାର୍ଯ୍ୟାଳୟ ବାହାରେ ରହି ଡାଟା ଏଂଟ୍ରି ଅପରେଟର ଧନେଶ୍ୱରସାହୁଙ୍କୁ ଡାକି ତହସିଲଦାରଙ୍କୁ ଦେବାନିମନ୍ତେ ୧ଲକ୍ଷ୨୦ହଜାରେ ଟଙ୍କା ଦେବାପରେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଓ ତାଙ୍କ ପକେଟରୁ ଭିଜିଲାନ୍ସ ଟିମ୍ ଏହି ଟଙ୍କାକୁ ଜବତ କରିଥିଲେ ୧୪/୨୦ନଂରେ ଏକ କେଶ ରୁଜୁକରାଯାଇ ତହସିଲଦାର ରଶ୍ମିରେଖାପ୍ରଧାନ ଓ ଡାଟା ଏଟ୍ରିଂ ଅପରେଟର ଧନେଶ୍ୱରସାହୁ ଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢାଉ କରିଥିଲେ । ଏବିଷୟରେ କିଛି ଜାଣିନାହାନ୍ତି ଓ ଜାଣିଶୁଣି କେହି ଫସାଇବାକୁ ମୋତେ ଚେଷ୍ଟା କରିଛି ବୋଲି କହିଛନ୍ତି ତହସିଲଦାର ରଶ୍ମିରେଖାପ୍ରଧାନ । ଜମିର କିସମ ପରିବର୍ତନ ପାଇଁ କୈଳାସ ୧ଲକ୍ଷ୨୭ହଜାରେ ଟଙ୍କା ଡିପଜିଟ କରିବାର ଥିଲା ।ସେ ଖର୍ଚ୍ଚ କରିଦେଇଥିବାରୁ ଏହି ଟଙ୍କାକୁ ରଖିବାକୁ ତାଙ୍କୁ ରଖିବାକୁ ଦେଇଥିଲେ ।

Leave A Reply

Your email address will not be published.