ଭୋଜି ହେଲା କାଳ

0 700

ଭୁବନେଶ୍ବର:୩୦/୧୧- ଭୋଜି ଖାଇବା ଜଣେ ବ୍ୟକ୍ତି ପାଇଁ କାଳ ସାଜିଛି । ସାଙ୍ଗ ହୋଇ ଭୋଜି ଖାଇବା ଓ ତା ସାଙ୍ଗରେ ମଦ୍ୟପାନ । ପରେ କୈାଣସି ଘଟଣାକୁ ନେଇ ଯୁକ୍ତିତର୍କ ତାପରେ ମାରପିଟ ।ଏହି ମାରପିଟ ରେ ଜଣକ ଜୀବନ ଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି   ନୟାଗଡ଼ ଓଡ଼ଗାଁ ଥାନା ବାହାଡ଼ଝୋଲା ଭଟ୍ଟସାହିରେ ।ଗତ କାଲି ବିଳମ୍ବିତ ରାତିରେ   ଭୋଜି ବେଳେ ମଦପିଇ ବ୍ୟକ୍ତିଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା  ।  ଏହି ଗଣ୍ଡଗୋଳରେ ନିରଞ୍ଜନ ସିଂ ନାମକ  ବ୍ୟକ୍ତି ଗୁରୁତର ହୋଇଥିବା ବେଳେ  ସ୍ତ୍ରୀ ମାନି ସିଂ  ମୃତ୍ୟୁ ହୋଇଥିବା  ହୋଇଥିବା ଜଣାପଡିଛି ।  ଆକ୍ରମଣକାରୀ ଯୁବକ ଫେରାର ହୋଇଥିବା ବେଳେ  ଗାଁରେ ଉତ୍ତେଜନା ଦେଖାଦେଇଛି ।

Leave A Reply

Your email address will not be published.