ହ୍ୱାଟ୍ସଆପ୍ ନମ୍ବର ରେ ଜାଣିହେବ ଭ୍ୟାକ୍ସିନ ବିବରଣୀ

0 284

ଭୁବନେଶ୍ୱର, ୨୦/୫(ଏସଏସନିୟୁଜ) ଏବେ ହ୍ୱାଟ୍ସଆପ୍‌ରେ ଜାଣିହେବ ଭ୍ୟାକ୍ସିନ ବିବରଣୀ ।ଘରେ ବସି ଭ୍ୟାକ୍ସିନ ସନ୍ଧାନ ମିଳିବ ।ଏଥିପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।ଏଥିନିମନ୍ତେ ୯୦୧୩୧୫୧୫୧୫ନଂ ଏକ ହ୍ୱାଟ୍ସଆପ୍ ନମ୍ବର ଜାରି କରାଯାଇଛି । ଏହି ନମ୍ବର ଦ୍ୱାରା ନିଜ ଅଂଚଳରେ ଭ୍ୟାକ୍ସିନ ସନ୍ଧାନ ମିଳିପାରିବ । ଏହି ହ୍ୱାଟ୍ସଆପ ନମ୍ବରକୁ ଯାଇ ନିଜ ଅଂଚଳର ପିନ କୋଡ୍ ଟାଇପ୍ କରି ସେଣ୍ଡ କରିବା ପରେ ସେପଟୁ ଆପଣଙ୍କ ଅଂଚଳରେ ଭ୍ୟାକ୍ସିନ ଉପଲବ୍ଧ ଅଛି କି ନାହିଁ ଆପଣଙ୍କୁ ସବିଶେଷ ତଥ୍ୟ ମିଳିଯିବ ।ଏହାପରେ ଆପଣ ନେବାକୁ ଥିବା କେନ୍ଦ୍ର ରେ ଭ୍ୟାକ୍ସିନ ଅଛିକି ନାହଁ ଗାହା ଜାଣିବା ସହ ଟିକା ନେବାରେ ସୁବିଧା ହୋଇପାରିବ ।

Leave A Reply

Your email address will not be published.