ୟୁରୋପରେ ଭୟାନକ ହେଲାଣି Covid

0 253

ଖବର ଆଜି ସକାଳର,ତାରିଖ ୧୬/୧୦/୨୦ ଶୁକ୍ରବାର।

୧-ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ । ଆଉ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
୨-ଆରସିବି କୁ ୮ ୱିକେଟରେ ହରାଇଲା ପଞ୍ଜାବ।
୩-ଖାଦ୍ୟରେ ବିଷକ୍ରିୟା : ଅକାଳରେ ଚାଲିଗଲା ୩ ଜୀବନ, ଗୁରୁତର ମା, ଝିଅ ଡାକ୍ତରଖାନାରେ ଭର୍ତ୍ତି।ମାଲକାନଗିରି ବ୍ଲକ୍ ପଦ୍ମଗିରି ପଞ୍ଚାୟତ ଅନ୍ତର୍ଗତ କଚେଲି ଗାଁରେ ଅଭାବନୀୟ ଘଟଣା ଘଟିଛି।
୪-ଭୂତାଣୁ ନିୟନ୍ତ୍ରିତ ହୋଇଥିବା ଭାବୁଥିଲା ୟୁରୋପ, ପୁଣି ଭୟାନକ ହେଲାଣି Covid ।ୟୁରୋପରେ ପୁଣି ଦ୍ରୁତ ସଂକ୍ରମଣ: କଡ଼ା ପଦକ୍ଷେପ ଗ୍ରହଣ କରିବାକୁ କହିଲେ ‘ହୁ’ ପ୍ୟାରିସ୍‌ରେ କର୍ଫ୍ୟୁ ।
୫-୨୦୧୭-୧୮‌ରେ ବିଜେପି ସମ୍ପତ୍ତି ୨୨% ବୃଦ୍ଧି, କଂଗ୍ରେସ, ଏନ୍‌ସିପିର ହ୍ରାସ।
୬-କୋଭିଡ୍‌ ଟେଷ୍ଟିଂ, ସେରୋ ସର୍ଭେ ବଢ଼ାଇବାକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବ।
୭-ହାଥରାସ୍‌ ଗଣଦୁଷ୍କର୍ମ ମାମଲା: ଏକାଧିକ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ।
୮-ଟୁଇଟର ଏବଂ ଫେସବୁକ ଉପରେ ବର୍ଷିଲେ ଟ୍ରମ୍ପ ।କହିଲେ ଜୋ ବିଡେନଙ୍କ ଦୁର୍ନୀତି ଲୁଚାଇବାକୁ କରାଯାଉଛି ଯୋଜନା, ଫଳ ଭୋଗିବେ ଆମେରିକାବାସୀ ।
୯-୬ ବିଶ୍ୱବିଦ୍ୟାଳୟ କୁଳପତି ଚୟନ ପ୍ରସଙ୍ଗ : ଆବେଦନକାରୀଙ୍କ ଯାଞ୍ଚ ସରିଲା।

୧୦-ଆମେରିକା ବୈଜ୍ଞାନିକଙ୍କ ଦାବି । ଦ୍ୱିତୀୟ ଥର କରୋନା ସଂକ୍ରମଣ ଅତ୍ୟନ୍ତ ବିରଳ । ଥରେ ସଂକ୍ରମଣ ହେଲେ ଶରୀରରେ ସୃଷ୍ଟି ହୁଏ ରୋଗ ପ୍ରତିରୋଧକ ଶକ୍ତି । ଦ୍ୱିତୀୟ ଥର ହେଉଥିବା ସଂକ୍ରମଣ ନଗଣ୍ୟ ।
୧୧-ଟିଆରପି ସ୍କାମ ଚର୍ଚ୍ଚା ପରେ ବାର୍କ ବନ୍ଦ କଲା ସବୁ ନ୍ୟୁଜ ଚ୍ୟାନେଲର ଟିଆରପି ।୩ ମାସ ପାଇଁ ବନ୍ଦ ହେଲା ରେଟିଂ ।
୧୨-ରିପବ୍ଲିକ୍ ଟିଭିର ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ : ଅର୍ଣ୍ଣବ ଗୌସ୍ୱାମୀଙ୍କୁ ବମ୍ବେ ହାଇକୋର୍ଟ ଯିବାକୁ ଦେଲେ ପରାମର୍ଶ।
୧୩-ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପ୍ରସ୍ତାବ ଉପରେ ମତ ସଂଗ୍ରହ କରୁଛି ଶ୍ରୀମନ୍ଦିର ପ୍ରଶାସନ । ପୁରୀର ବିଭିନ୍ନ ଅନୁଷ୍ଠାନ, ବୃଦ୍ଧଜୀବୀ ଓ ଗାଡ଼ି ଚାଳକ ସଂଘ ସହ ବିଚାର ବିମର୍ଷ
୧୪-ହିନ୍ଦୀରେ ‘ଶାନ୍ତି’ ଲେଖି ଟ୍ୱିଟ୍ କଲେ WHO ମୁଖ୍ୟ, ସମସ୍ତେ ଶାନ୍ତିରେ ରୁହନ୍ତି କହି ଦେଲେ କରୋନା ମୁକ୍ତିର ଆହ୍ୱାନ।
୧୫-କରୋନା ରୋଗୀଙ୍କ ଶବଦାହ ନେଇ ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ମାନବାଧିକାର କମିଶନ।

 

Leave A Reply

Your email address will not be published.