ଅକ୍ଟୋବର୪ରେ ଖୋଲିବ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନ

0 2,774

ବାରଙ୍ଗ,୨୮/୯(ଏସ ଏସ ନିୟୁଜ )ଦୀର୍ଘ ୭ମାସର ବ୍ୟବଧାନ ପରେ ନନ୍ଦନାକନନ ଖୋଲିବାକୁ ଯାଉଛି ।ଗତ ୨୩ତାରିଖରେ ହୋଇଥିବା ବୈଠକରେ ନିଆଯାଇଥିଲା ନିଷ୍ପତି । ଏହି ସିଦ୍ଧାନ୍ତ ମୁତାବକ ଅକ୍ଟୋବର୪ତାରିଖରେ ନନ୍ଦନକାନନ ଓ ବଟାନିକାଲ ଖୋଲାଯିବା ନେଇ କର୍ତୁପକ୍ଷ ସୋମବାରଦିନ ଘୋଷଣା କରିଛନ୍ତି ।ତେବେ ଜୀବଜନ୍ତୁ ,କର୍ମଚାରୀ ଓ ପର୍ଯ୍ୟଟକମାନଙ୍କ ପାଇଁ ସରକାର ଙ୍କର କୋଭିଡନିୟମକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତୁପକ୍ଷ କିଛି ଗାଇଡଲାଇନ ଜାରି କରିଥିବାର ଜଣାପଡିଛି ।ଏହି ନିୟମ ଅନୁଯାୟୀ ଥଣ୍ଡା,କାଶ,ଜ୍ୱର ଲକ୍ଷଣ ଥିବା ପର୍ଯ୍ୟକମାନଙ୍କୁ ଭିତରକୁ ପ୍ରବେଶକୁ ବାରଣ କରାଯାଇଛି । ମାନୁଆଲ ସହ ଇ-ଟିକେଟ ପର୍ଯ୍ୟଟକମାନେ କରିପାରିବେ । ପରିସରକୁ ଗଲେ ୭ବର୍ଷଠାରୁ ଉର୍ଦ୍ଧ ବୟସର ପର୍ଯ୍ୟଟକମାନେ ମୁହଁରେ ମାସ୍କ ପନ୍ଧିବାକୁ ପଡିବା ସହ ସାମାଜିକ ଦୁରତା ବଜାୟ ରଖିବାକୁ ପଡିବ । ପର୍ଯ୍ୟଟକମାନଙ୍କ ସମ୍ପୁର୍ଣ ଶରୀର କୁ ସାନିଟାଇଜର ବ୍ୟବସ୍ଥା ପ୍ରବେଶପଥପାଖରେ କରାଯିବ ।ପର୍ଯ୍ୟଟକମାନେ ସାଙ୍ଗରେ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡିଦେଲେ ଅନ୍ୟକିଛି ଭିତରକୁ ନେଇପାରିବେନାହିଁ ।ପର୍ଯ୍ୟଟକମାନେ ଜନ୍ତୁ ଖୁଆଡ ଆଗରେ ଥିବା ବାରିକେଟ କୁ ଛୁଇବେ ନାହିଁ ।ପାଦଚଲା ରାସ୍ତାରେ ଯାତାୟାତ କରି ପଶୁପକ୍ଷୀମାନଙ୍କୁ ଦେଖିବେ ।ନନ୍ଦନକାନନର ବିଭିର୍ଣସ୍ଥାନରେ ପର୍ଯ୍ୟଟକମାନଙ୍କ ପାଇଁ ହାତସଫା ନିମନ୍ତେ ହ୍ୟାଣ୍ଡଓାସ ଓ ସାନିଟାଇଜର ରଖାଯିବ ।ସାମାଜିକ ଦୁରତା ରଖିବାପାଇଁ ଟିକେଟ କାଉଂଟର ପ୍ରବେଶପଥ ଓ ପ୍ରବେଶପଥ ପାଖରେ ନନ୍ଦନକାନନ ପକ୍ଷରୁ ଗୋଲାକାର ସ୍ତାନ ନିରୁପଣ କରାଯାଇଥିବା । କର୍ମଚାରୀମାନଙ୍କ ପାଇଁ ଗ୍ଲୋବ୍ସର ବ୍ୟବସ୍ଥା କରାଯାଇଥିବାର ଜଣାପଡିଛି । ସେହିଭଳିଭାବେ ବଟାନିକାଲ ଗାଡେନ ରେ ବଣଭୋଜି ବନ୍ଦ ରଖା ଯାଇଥିବା ବେଳେ ନନ୍ଦନକାନନ ଭଳି ନିୟମ ଲାଗୁ ରହିବ ।ନନ୍ଦନକାନନ ଖୋଲିଲେ କେତେ ସଂଖ୍ୟକ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ ତାହା ରବିବାରର ପର୍ଯ୍ୟଟକ ସଂଖ୍ୟାକୁ ଆକଳନ କରି ନୁଷ୍ପତି ନିଆଯିବ ବୋଲି ନନ୍ଦନକାନନ ସହକାରୀ ନିର୍ଦ୍ଦେଶକ ଅମୁଲ୍ୟକୁମାର ପରିଡା କହିଛନ୍ତି । (ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ ) ।

Leave A Reply

Your email address will not be published.