କରୋନା ଅପଡେଟ୍‌(୨୭.୩.୨୦୨୦)

0 6,682

୧-ଓଡିଶାରେ ଦେଶର ଦୁଇଟି ବୃହତ କୋଭିଡ ଡାକ୍ତରଖାନା ୧୦୦୦ ଶର୍ଯ୍ୟା,ସମ୍ ଓ କିମ୍ସ ସହ ରାଜ୍ୟସରକାରଙ୍କର ତ୍ରିପାକ୍ଷିକ ଚୁକ୍ତି ଓ ରାଜ୍ୟସରକାର ସହ ସ୍ୱାକ୍ଷର ହେଲା ଏମଓୟୁ ।
୨-ରାଜ୍ୟବାହାରେ ଥିବା ଓଡିଆଙ୍କ ସହାୟତା ପାଇଁ ସବୁରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି । ଓଡିଆଙ୍କ ସୁରକ୍ଷା ପାଇଁ ସବୁ ଖର୍ଚ୍ଚ ରାଜ୍ୟସରକାର ବହନକରିବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।
୩-ଓଡିଶାରେ ତୃତୀୟକରୋନା ରୋଗୀ ଚିହ୍ନଟ-କର କ୍ଲିନିକ୍‌କୁ ନଯିବାପାଇଁ ସ୍ୱାସ୍ଥ୍ୟବିଭାଗର ପରାମର୍ଶ ।
୪-ଅତ୍ୟାବଶ୍ୟକ ବଜାର ସଉଦା ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠିଲେଖିଲେ ମୁଖ୍ୟ ଶାସନସଚିବ । ଲକ୍‌ଡାଉନ୍ ସମୟରେ ରାତିରେ ବି ଖୋଲିପାରିବେ ଦୋକାନ ।
୫-ଲକ୍‌ଡାଉନ୍ ବେଳେ ରାଜପଥର ପ୍ରତି୨୦କିଲୋମିଟରରେ ଖୋଲିବ ଢାବା ଓ ଗ୍ୟାରେଜ ।
୬-ଅତ୍ୟାବଶ୍ୟକ ସେବାରେ ସାମିଲ ହେଲା ଖବରକାଗଜ ବିତରଣ ।
୭-୩୦ରେ ବସିବ ବିଧାନସଭା ଅଧିବେଶନ.ମାତ୍ର ଗୋଟିଏ ଦିନ ଚାଲିବ ଗୃହ ।
୮-ବଦଳିବ ଶିକ୍ଷାବର୍ଷ କ୍ୟାଲେଣ୍ଡର । କେନ୍ଦ୍ରିୟ ବୋର୍ଡଗୁଡିକୁ ଏମ୍‌ଏଚ୍‌ ଆର୍‌ଡିର ନିର୍ଦ୍ଦେଶ ।
୯-ବ୍ୟାଙ୍କ୍‌ଅଫ୍‌ଈଣ୍ଡିଆ ଓ ବ୍ୟାଙ୍କ୍‌ଅଫ୍‌ବରୋଦା ୨ଟି ବ୍ୟାଙ୍କରେ ରହିବ ଶ୍ରୀମନ୍ଦରିର ଟଙ୍କା । ୬ଦଶମିକ୨୬ପ୍ରତିଶତ ସୁଧହାରରେ ଟଙ୍କ ଜମା ହେବ ।
୧୦-ଜୁନ୍‌ମାସ ଯାଏଁ ସ୍କୁଲଛୁଟି ସମ୍ଭାବନା । ପ୍ରଥମରୁ ୯ମଯାଏଁ ସବୁପାସ୍ କରିବେ ।
୧୧-୧୦୦ବିଶୋଧନାଗାର ଓ ୫୦୦ରୁ ଅଧିକ କମ୍ପାନିକୁ ହାତଧୁଆ ବିଶୋଧକ ପ୍ରସ୍ତୁତିପାଇଁ ଅନୁମତି ।
୧୨-ବିଏମ୍‌ସିକୁ କରୋନା ଚିନ୍ତା । ସୋସିଆଲ ଡିଷ୍ଟାନ୍ସ ବା ସାମାଜିକ ଦୁରତା ବଜାୟ ରଖିବା ପାଇଁ ବିଏମ୍‌ସି ଦୋକାନଗୁଡିକୁ ସ୍ଥାନାନ୍ତର କରିବାପାଇଁ  ନେଇଛନ୍ତି ନିଷ୍ପତି ।
୧୩-ଅନ୍ୟରାଜ୍ୟରୁ ଫେରନ୍ତା ସଂଖ୍ୟା୮୪ହଜାରେ ଛୁଇଁଲା ।
୧୪-୩ମାସଯାଏଁ ମାଗଣା ରନ୍ଧନଗ୍ୟାସ ବଂଟନ ପାଇଁ ନିଷ୍ପତି ନେଲେ କେନ୍ଦ୍ରସରକାର । ୮କୋଟି୩୦ଲକ୍ଷ ବିପିଏଲ ପରିବାରକୁ ମିଳିବ ମାଗଣାରେ ଏଲପିଜି ସିଲିଣ୍ଡର ।
୧୫-କରୋନାମୁକାବିଲା ନିମନ୍ତେ ହାତ ଖୋଲିଲା କେନ୍ଦ୍ରସରକାର,ବାଂଟିଲେ ୧ଲକ୍ଷ୭୬ହଜାରେ କୋଟିଟଙ୍କାର ବିଭିର୍ଣ ଯୋଜନା ।

Leave A Reply

Your email address will not be published.