ବାରଙ୍ଗ,୧୮।୩(ଏସଏସନିଉଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନର ୨୨ନମ୍ୱର ଖୁଆଡରେ ରହୁଥିବା ଏକ ୫ବର୍ଷର ଅଣ୍ଡିରା ଜଂଗଲୀ କୁକୁର ଶନିବାର ମୃତ୍ୟୁବରଣ କରିଛି।ମୃତ୍ୟୁର ପ୍ରକୃତ କାରଣ ଜଣାପଡିଥିବା ବେଳେ ହଠାତ୍ ଜଂଗଲୀ କୁକୁରଟି ତା ଖୁଆଡ୍ ମଧ୍ୟରେ ବିଚରଣ କରୁଥିବା ବେଳେ ଶୁକ୍ରବାର ଦିନ ତଳେ ପଡିଯାଇଥିଲା।ଏହାପରେ ତାକୁ ଡାକ୍ତରଖାନାକୁ ଅଣାଯାଇ ତା ସ୍ୱାସ୍ଥ୍ୟବସ୍ତା ଅନୁଧ୍ୟାନ କରାଯାଇ ଡାକ୍ତର ମାନଙ୍କ ନଜର ବନ୍ଦିରେ ରଖାଯାଇ ଚିକିତ୍ସା ଆରମ୍ଭ ହେବ ସହ ସାଲାଇନ ଓ ଇଞ୍ଜେକସନ ଦିଆଯାଇଥିଲା।କିନ୍ତୁ ଜଂଗଲୀ କୁକୁରକୁ ଡାକ୍ତର ମାନେ ବଞ୍ଚାଇପାରିନଥିଲେ।
ଶନିବାର ଦିନ ତାର ମୃତ୍ୟୁ ଘଟିଥିଲା।ତେବେ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଥିବା ବେଳେ ନନ୍ଦନକାନନ ରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ୩ରେ ପହଞ୍ଚିଛି।
Prev Post
Next Post
